ଓଡିଶା

odisha

ETV Bharat / state

ଆୟକର ଚଢାଉ, ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି - କେନ୍ଦୁଝର ବିଜେପିର ପ୍ରତିବାଦ

I-T raid case: ଆୟକର ବିଭାଗ ଚଢ଼ାଉ ନେଇ କେନ୍ଦୁଝରରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି । ଅଧିକ ପଢ଼ନ୍ତୁ

Income tax raid
Income tax raid

By ETV Bharat Odisha Team

Published : Dec 11, 2023, 10:20 PM IST

Income tax raid

କେନ୍ଦୁଝର:ମଦ କାରବାରକୁ ନେଇ ଆୟକର ବିଭାଗ ଚଢାଉ କରିବା ଏବଂ ଶହ ଶହ କୋଟି ଟଙ୍କା ଜବତ କରିବା ପରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ଏଥିରେ ବିଜେଡିର ସଂପୃକ୍ତି ନେଇ ଅଭିଯୋଗ କରିଛି ବିଜେପି । କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ବିଜେପି ନେତାମାନେ ଏଭଳି ଦୁର୍ନୀତିରେ ବିଜେଡି ନେତା ସାମିଲ ଥିବା ଅଭିଯୋଗ କରି ସେମାନଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ।

ତେବ ଓଡ଼ିଶା ସରକାର ଏବେ ମଦ କାରବାର ନେଇ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛନ୍ତି । ଝାଡ଼ଖଣ୍ଡରୁ ଆରମ୍ଭ ହୋଇଥିବା ମଦ କାରବାର ଲିଙ୍କ ଏବେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ତାର କାୟା ବିସ୍ତାର କରିଛି । ଏହି ଲିଙ୍କରେ ଓଡ଼ିଶା ବଲାଙ୍ଗୀର ସହ ବିଭିନ୍ନ ଜିଲ୍ଲାରେ ମଦ କାରବାର କରୁଥିବା ଦୁଇ ଭାଇଙ୍କ ଘରୁ ଆଇଟି ବିଭାଗ ୩୦୦ କୋଟି ନଗଦ ଟଙ୍କା ରେଡ କରି ଜବତ କରିଛି । ଏତେ ପରିମାଣ ଟଙ୍କା ଜବତ ହେବାରେ ଦେଶରେ ପ୍ରଥମ ଘଟଣା ବୋଲି ଚର୍ଚ୍ଚା ହେଉଛି । ଏଥିରେ ବିଜେଡି ନେତା ସାମିଲ ଥିବା କହିଛନ୍ତି ବିଜେପି ନେତା ମୋହନ ମାଝୀ ।

ତେବେ ଓଡ଼ିଶାରେ ବିଜେଡି ଶାସନରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବାର ନେଇ ବାରମ୍ବାର ବିଜେପି ପକ୍ଷରୁ ଅଭିଯୋଗ ଅଣା ଯାଉଥିବା ବେଳେ ରାଜ୍ଯରେ ମଦ ବେପାରୀଙ୍କ ଘରୁ କୋଟି କୋଟି ଟଙ୍କାର କଳାଧନ ଜବତ ହେବା ଏବଂ ମଦ ବେପାରୀଙ୍କ ସହ ବିଜୁ ଜନତା ଦଳର ନେତାଙ୍କ ସମ୍ପୃକ୍ତି ହିଁ ଶାସକ ବିଜେଡ଼ିର ଅସଲ ଚେହେରାକୁ ପଦାରେ ପକାଇଛି ବୋଲି କହିଛି ବିଜେପି । ବିଜେଡିର ଏହି ମଦ ଦୁର୍ନୀତି ସ୍ଵାଧୀନ ଭାରତରେ ସବୁଠୁ ବଡ ଦୁର୍ନୀତି, ଯାହାକି ଆମ ଓଡ଼ିଶାକୁ ବଦନାମ କରିଛି ଏବଂ ବର୍ଷକୁ ପ୍ରାୟ ୫୦ ହଜାର କୋଟିର ମଦ ଦୁର୍ନୀତି ଓଡ଼ିଶାରେ ହେଉଥିବା ଅଭିଯୋଗ ଆଣିଛି ବିଜେପି ।

ଏହା ମଧ୍ୟ ପଢ଼ନ୍ତୁ.....ଆଇଟି ରେଡ୍‌ ପ୍ରସଙ୍ଗ: ବିଜେଡିର ସଙ୍ଗୀନ ଆରୋପ; 'କଂଗ୍ରେସର ସୁରକ୍ଷା କବଚ ସାଜିଛି ରାଜ୍ୟ ବିଜେପି'

ଆଜି କେନ୍ଦୁଝର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଏହା ବିରୁଦ୍ଧରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଅଛି । ସଦର ବିଧାୟକ ତଥା ବିରୋଧୀ ଦଳ ମୂଖ୍ୟ ସଚେତକ ମୋହନ ମାଝୀ ଏବଂ କେନ୍ଦୁଝର ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ଉପସ୍ଥିତିରେ ଶତାଧିକ କର୍ମୀଙ୍କୁ ନେଇ କେନ୍ଦୁଝର ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହିତ ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାରଙ୍କ ସଂପୃକ୍ତ ମନ୍ତ୍ରୀ ଏବଂ ମଦ ବ୍ୟବସାୟରେ ସଂପୃକ୍ତ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ କୁଶ ପୁତ୍ତଳିକା ଦାହ କରିଛି ବିଜେପି । ଏହି ବିକ୍ଷୋଭରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ଶୁକଦେବ ମହାନ୍ତ, ଜିଲ୍ଲା ବିଜେପି ଉପସଭାପତି ଗଣେଶ୍ୱର ମହାନ୍ତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details