ଓଡିଶା

odisha

ETV Bharat / state

ଛାତ୍ରଛାତ୍ରୀଙ୍କ ମେଧାବୃତ୍ତିରେ ବ୍ୟାପକ ଦୁର୍ନୀତି, ବିଜେପିର ପ୍ରତିବାଦ

CAG ତଥ୍ୟ ଅନୁସାରେ ରାଜ୍ୟରେ ମେଧାବୃତ୍ତିରେ ବ୍ୟାପକ ଦୁର୍ନୀତି । ଏହାର ପ୍ରତିବାଦରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି ଯୁବମୋର୍ଚ୍ଚା । ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 20, 2023, 10:30 PM IST

Updated : Oct 20, 2023, 10:44 PM IST

ଛାତ୍ରଛାତ୍ରୀଙ୍କ ମେଧାବୃତ୍ତିରେ ବ୍ୟାପକ ଦୁର୍ନିତୀ , ବିଜେପିର ପ୍ରିତିବାଦ
ଛାତ୍ରଛାତ୍ରୀଙ୍କ ମେଧାବୃତ୍ତିରେ ବ୍ୟାପକ ଦୁର୍ନିତୀ , ବିଜେପିର ପ୍ରିତିବାଦ

ବିଜେପିର ପ୍ରତିବାଦ

କେନ୍ଦୁଝର: ଓଡ଼ିଶାରେ ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ଏବଂ ଯୁବବର୍ଗଙ୍କ ଦକ୍ଷତା ବିକାଶ ପାଇଁ ଆସୁଥିବା ପାଣ୍ଠିକୁ ୨ଟି ଅଣ ଓଡ଼ିଆ ସଂସ୍ଥା (NCVIT ଏବଂ BSS) ହଡପ କରିଥିବା ଅଭିଯୋଗ କରିଛି ବିଜେପି । CAG ତଥ୍ୟ ଆଧାରରେ ଓଡ଼ିଶାରେ ଛାତ୍ର ଛାତ୍ରୀଙ୍କ ମେଧାବୃତ୍ତି ପାଣ୍ଠିକୁ ଦୁଇଟି ଅଣ ଓଡ଼ିଆ ସଂସ୍ଥା ଦ୍ୱାରା ହଡ଼ପ କରାଯିବା ପ୍ରତିବାଦରେ ଆଜି କେନ୍ଦୁଝର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇଛି ।

ST, SC, OBC, ଭିନ୍ନକ୍ଷମ ଏବଂ ଅଣକୁଶଳୀ ଯୁବକଙ୍କ ଦକ୍ଷତା ବିକାଶ ପାଇଁ ପୋଷ୍ଟମାଟ୍ରିକ ସ୍କୋଲାରସିପ ଏବଂ ମେଧାବୃତ୍ତି ନାମରେ ସରକାରଙ୍କ ST, SC, OBC, ସଂଖ୍ୟାଲଘୁ ଉନ୍ନୟନ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ତରଫରୁ ବ୍ୟବସ୍ଥା କରାଯାଇଛି । ଦୁର୍ନୀତି ଏବଂ ଭ୍ରଷ୍ଟାଚାରକୁ ନିପାତ କରିବା ପାଇଁ ପ୍ରଧାନମନ୍ତ୍ରୀ DBT ଜରିଆରେ ହିତାଧିକାରୀଙ୍କ ବ୍ୟାଙ୍କ ଏକାଉଣ୍ଟ ସିଧା ସଳଖ ଟଙ୍କା ପଠାଇଥାନ୍ତି । କିନ୍ତୁ ଓଡ଼ିଶାରେ CAG ତଥ୍ୟ ଅନୁସାରେ 2014 ମସିହା ଠାରୁ ଆଜି ପଯ୍ୟନ୍ତ DBT ସେଲ ଗଠନ କରାଗଲା ନାହିଁ ଅଥଚ ଭୁଲ ତଥ୍ୟ ଓ ଆଧାର ସଂଯୋଗ କରେଇ ଛାତ୍ରଛାତ୍ରୀଙ୍କ ଫେକ୍ ତାଲିକା ପ୍ରସ୍ତୁତ କରାଯାଇ ମେଧାବୃତ୍ତି ହରିଲୁଟ କରାଗଲା ।

CAG ତଥ୍ୟ ଅନୁସାରେ

ବାଲେଶ୍ଵର ଏଵଂ ମୟୂରଭଞ୍ଜ ଜିଲ୍ଲାରେ ଦୁଇଟି ଅନୁମୋଦନ ମିଳିନଥିବା BSS ନାମକ ଏକ ତାମିଲ ସଂସ୍ଥା ଏବଂ NCVIT ନାମକ ଅଣଓଡ଼ିଆ ସଂସ୍ଥା ଦ୍ୱାରା ଚଲାଯାଉଥିବା ୧୬ ଗୋଟି ଅନୁଷ୍ଠାନ ମଧ୍ୟରୁ ୮ଟିର ଜମାରୁ ଅସ୍ତିତ୍ୱ ନଥିବା କଥା ସାମ୍ନାକୁ ଆସିଛି । ଆଉ ଗୋଟିଏ ଅନୁଷ୍ଠାନରେ ବସିବା କ୍ଷମତା ୬୦ ହୋଇଥିବା ବେଳେ,ଅନୁଷ୍ଠାନ ୭୨୦ ଜଣଙ୍କ ତାଲିମ ପାଇଁ ଟଙ୍କା ନେଇଛନ୍ତି । ଦୁଇଟି ଜିଲ୍ଲାର ଦୁଇଟି ସଂସ୍ଥା ଦ୍ଵାରା ୧୫ କୋଟି 58 ଲକ୍ଷ ଟଙ୍କାର ସିଧାସଳଖ ଦୁର୍ନୀତି ହୋଇଛି । ତେବେ ୩୦ ଟି ଜିଲ୍ଲାରେ ମୋଟ କେତେ କୋଟି ଟଙ୍କା ଦୁର୍ନୀତି ହୋଇଥିବ ବୋଲି ପ୍ରଶ୍ନ କରିଛି ବିଜେପି ।

ବାଲେଶ୍ଵର ଜିଲ୍ଲର 1,077 ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଗୋଟିଏ ବ୍ୟାଙ୍କରେ ଖୋଲା ଯାଇଥିବା ଜଣାପଡିଛି, ଯେପରିକି ବ୍ୟାଙ୍କ ଅଫ୍ ବରୋଦା, ଚର୍ଚ୍ଚ କମ୍ପାଉଣ୍ଡ ଶାଖା, ବାଲେଶ୍ଵର SSITର କର୍ମଚାରୀଙ୍କ ମୋବାଇଲ ନମ୍ବର ଉକ୍ତ ଆକାଉଣ୍ଟରେ ସଂଯୋଗ କରାଯାଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ...ଗାଇଡଲାଇନ ଅନୁସାରେ ହୋଇନି ପିଜି ଆଡ଼ମିଶନ ! ଉଚ୍ଚ ଶିକ୍ଷା ବିଭାଗର ତଦନ୍ତ ନିର୍ଦ୍ଦେଶ

ଏଥିରେ ପ୍ରବଳ ପିସି କାରବାର ହୋଇଛି ଏବଂ ବଡବଡିଆଙ୍କ ସମ୍ପୃକ୍ତି ରହିଛି । ଯଦି 2ଟି ଜିଲ୍ଲାରେ ଗୋଟିଏ ବିଭାଗ ରେ 2ଟି ସଂସ୍ଥା ଦ୍ୱାରା ହରିଲୁଟ କରାଯାଇଛି ତାହେଲେ ରାଜ୍ୟସାରା ପାଖାପାଖି ପ୍ରାୟ 1000 କୋଟିରୁ ଅଧିକ ହରିଲୁଟ ହେଉଥିବା ଯୁବ ମୋର୍ଚ୍ଚା ପକ୍ଷରୁ ଅଭଯୋଗ କରାଯାଇଛି । ଉଚ୍ଚ ଶିକ୍ଷା ବିଭାଗ ଏବଂ SC,ST ପଛୁଆବର୍ଗ ଏବଂ ସଂଖ୍ୟାଲଘୁ ଉନ୍ନୟନ ବିଭାଗ ଅଧିନରେ ଏତିକି ଦୁର୍ନୀତି ହୋଇଥିବା ବେଳେ ଅନ୍ୟ ବିଭାଗ ଦୁର୍ନୀତି ହିସାବ କଲେ ଖାଲି କୋଟି କୋଟି ଟଙ୍କାର ଦୁର୍ନୀତିପାଇବା ବୋଲି ଅଭିଯୋଗ କରିଛି ବିଜେପି

ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ହେମରଞ୍ଜନ ବାରିକ କହିଛନ୍ତି," ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବା ବିଜେଡ଼ି ସରକାରର ଆଭିମୁଖ୍ୟ ଅତ୍ୟନ୍ତ ଘୃଣ୍ୟ "ଏହି ଆନ୍ଦୋଳନରେ ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ପ୍ରକାଶ ମଲ୍ଲିକ, ଜିଲ୍ଲା ସମ୍ପାଦକ ରୁଦ୍ର ପ୍ରସାଦ ବେହେରା ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କିରଣବାଳା ନାୟକ ସମେତ ଶତାଧିକ ଯୁବକ ଆନ୍ଦୋଳନରେ ସାମିଲ ଥିଲେ ।

ଇଟିଭି ଭାରତ,କେନ୍ଦୁଝର

Last Updated : Oct 20, 2023, 10:44 PM IST

ABOUT THE AUTHOR

...view details