ଓଡିଶା

odisha

ETV Bharat / state

ଖରିଫ ଧାନ କିଣା ବ୍ୟାପକ ଦୁର୍ନିତି ଅଭିଯୋଗ, କାର୍ଯ୍ୟନୁଷ୍ଠାନ ଦାବି କଲା କୃଷକ ମୋର୍ଚ୍ଚା - paddy procurement

Bjp Press Meet: କେନ୍ଦୁଝର ଜିଲ୍ଲାରେ ଖରିଫ ଧାନ କିଣା ବ୍ୟାପକ କଟନୀଛଟନୀ ଓ ପ୍ଲଟ୍ ଜାଲିଆତିଙ୍କ ହୋଇଥିବା ଅଭିଯୋଗ କରିଛି ବିଜେପି କୃଷକ ମୋର୍ଚ୍ଚା । ଅଧିକ ପଢନ୍ତୁ

ଖରିଫ ଧାନ କିଣା ବ୍ୟାପକ ଦୁର୍ନିତି ଅଭିଯୋଗ , କାର୍ଯ୍ୟନୁଷ୍ଠାନ ଦାବି କଲା କୃଷକ ମୋର୍ଚ୍ଚା
ଖରିଫ ଧାନ କିଣା ବ୍ୟାପକ ଦୁର୍ନିତି ଅଭିଯୋଗ , କାର୍ଯ୍ୟନୁଷ୍ଠାନ ଦାବି କଲା କୃଷକ ମୋର୍ଚ୍ଚା

By ETV Bharat Odisha Team

Published : Jan 7, 2024, 9:53 PM IST

Updated : Jan 7, 2024, 10:07 PM IST

ଖରିଫ ଧାନ କିଣା ବ୍ୟାପକ ଦୁର୍ନିତି ଅଭିଯୋଗ, କାର୍ଯ୍ୟନୁଷ୍ଠାନ ଦାବି କଲା କୃଷକ ମୋର୍ଚ୍ଚା

କେନ୍ଦୁଝର: ଜିଲ୍ଲାରେ ଚଳିତ ଖରିଫ ଧାନ କିଣା ପାଇଁ ଡିସେମ୍ବର ୧୪ ତାରିଖ ଠାରୁ ୯୦ ଧାନମଣ୍ଡିରେ ଆରମ୍ଭ ହୋଇଛି ପ୍ରକ୍ରିୟା । ଧାନ କିଣା ପାଇଁ ହୋଇଥିବା ପଞ୍ଜି କରଣରେ ୬୩ ହଜାର ପ୍ଲଟ୍ ଜାଲିଆତି ହୋଇଥିବା ଜଣାପଡିଛି । ଏହି ଜାଲିଆତି କାରବାରରେ ସମ୍ପୃକ୍ତଥିବା ପ୍ରଶାସନିକ ଅଧିକାରୀଙ୍କ ବିରୋଧରରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି ବିଜେପି କୃଷକ ମୋର୍ଚ୍ଚା । ଆଜି କେନ୍ଦୁଝର ଗଡ଼ ସ୍ଥିତ ରୋଟାରୀ କ୍ଲବଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ୍ୱର ସାହୁ ସରକାରଙ୍କ ଉପରେ ବର୍ଷିଛନ୍ତି ।

କେନ୍ଦୁଝର ଜିଲ୍ଲା ୯୦ଟି ଧାନମଣ୍ଡିରେ ମିଲର ଓ ଶାସକ ଦଳର ଗୁଣ୍ଡାମାନଙ୍କର ଦାଦାଗିରି ଚରମ ସୀମାରେ ପହଞ୍ଚିଥିବା ସେ ଅଭିଯୋଗ କରିଛନ୍ତି । ଧାନ କୁଇଣ୍ଟାଲ ପ୍ରତି ୫ କିଲୋରୁ ୧୦ କିଲୋ କଟନୀଛଟନୀ କରାଯାଉଛି । ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ କେନ୍ଦୁଝର ଜିଲ୍ଲାର ଧାନମଣ୍ଡି ପରିଦର୍ଶନ କରିଥିଲେ । ଏହି ସମୟରେ ଚାଷୀମାନେ ଧାନ କୁଇଣ୍ଟାଲ ପ୍ରତି ୫ କିଲୋରୁ ୧୦ କିଲୋ କଟା ଯାଉଥିବା ଓ ବସ୍ତା ଦିଆଯାଉନଥିବା ଅଭିଯୋଗ କରିଥିଲେ ।ଏ ସମ୍ପର୍କରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଜାନୁଆରୀ ୩ ତାରିଖ କେନ୍ଦୁଝର ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯିବା ସହିତ ଆଲୋଚନା କରାଯାଇ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ତରଫରୁ କୈଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ମହେଶ୍ଵର ସାହୁ ଉଦବେଗ ପ୍ରକାଶ କରିବା ସହିତ ନିନ୍ଦା କରିଛନ୍ତି ।

ଜିଲ୍ଲାରେ ଧାନମଣ୍ଡି ମାନଙ୍କରେ ବ୍ୟାପକ ଅବ୍ୟବସ୍ଥା ଓ ଧାନ ୫ କିଲୋରୁ ୧୦ କିଲୋ କଟନୀଛଟନୀ କାରବାରରେ ଶାସକ ଦଳର ବିଧାୟକ, ନେତା, ଜିଲ୍ଳା ପ୍ରଶାସନ ଓ ମିଲର ମାନଙ୍କର ସମ୍ପୃକ୍ତି ଥିବା ମହେଶ୍ୱର ଅଭିଯୋଗ କରିଛନ୍ତି । ଯଦି ଆଗାମୀ ଦିନରେ କଟନୀଛଟନୀ ବନ୍ଦ କରାନଯାଏ । ତାହାଲେ କୃଷକ ମୋର୍ଚ୍ଚା ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ....ସମବାୟ ମନ୍ତ୍ରୀଙ୍କ ଜିଲ୍ଲାରେ ବିଳମ୍ବରେ ଖୋଲିଲା ଧାନ ମଣ୍ଡି

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଭାଗିରଥି ସିଂ, ରାଜ୍ୟ ସଂପାଦକ ବିକ୍ରମ କେଶରୀ ରାଉତରାୟ, ରାଜ୍ୟ ସଂଯୋଜକ ହରିହର ମହାନ୍ତ, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ସତ୍ୟବ୍ରତ ନାୟକଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, କେନ୍ଦୁଝର

Last Updated : Jan 7, 2024, 10:07 PM IST

ABOUT THE AUTHOR

...view details