ଓଡିଶା

odisha

ETV Bharat / state

ମୋଦିଙ୍କ ଜନ୍ମଦିବସକୁ ‘ସେବା ଦିବସ’ ଭାବେ ପାଳିବ କେନ୍ଦୁଝର ବିଜେପି - ରକ୍ତ ଦାନ ଶିବିର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସକୁ ସେବା ଦିବସ ଭାବେ ପାଳିବ କେନ୍ଦୁଝର ଜିଲ୍ଲା ବିଜେପି । ବିଜେପି ଏହି ସେବା ଦିବସରେ ରକ୍ତଦାନ ଶିବିର, ସ୍ବଚ୍ଛ ଭାରତ, ବୃକ୍ଷ ରୋପଣ ସାଙ୍ଗକୁ ପ୍ଲାଷ୍ଟିକ ବର୍ଜନ ଆଦି ବ୍ୟାପକ କାର୍ଯ୍ୟକ୍ରମ ନିଆଯାଇଛି । ଏହି ସୂଚନା ଦେଇଛନ୍ତି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ମୋହନ ଚରଣ ମାଝୀ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, କେନ୍ଦୁଝର

By

Published : Sep 11, 2019, 9:14 PM IST

କେନ୍ଦୁଝର: ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସକୁ ସେବା ଦିବସ ଭାବେ ପାଳିବ କେନ୍ଦୁଝର ବିଜେପି । ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ । ଏହି ଦିନଟିକୁ ବିଜେପି ପକ୍ଷରୁ ସେବା ଦିବସ ଭାବେ ପାଳିବା ପାଇଁ ସଂକଳ୍ପ ଗ୍ରହଣ କରାଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କେନ୍ଦୁଝର

ଏହି ଦିବସ ଉପଲକ୍ଷେ ବିଜେପି ପକ୍ଷରୁ ଜିଲ୍ଲାର ସମସ୍ତ ନିର୍ଵାଚନ ମଣ୍ଡଳୀରେ ସେବା କାର୍ଯ୍ୟ ସମ୍ପାଦନ କରାଯିବ । ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସରେ ମେଡିକାଲରେ ରୋଗୀଙ୍କୁ ଫଳ ବଣ୍ଟନ, ରକ୍ତଦାନ ଶିବିର,ସ୍ବଚ୍ଛ ଭାରତ, ବୃକ୍ଷ ରୋପଣ ସାଙ୍ଗକୁ ପ୍ଲାଷ୍ଟିକ ବର୍ଜନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହା ପ୍ରକାଶ କରିଛନ୍ତି କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ମୋହନ ଚରଣ ମାଝୀ । ଏହା ସହ ଦଳବଳ ନିର୍ବିଶେଷରେ ସମସ୍ତେ ଏହି ସେବା ଦିବସରେ ଯୋଗ ଦେବାପାଇଁ ବିଜେପି ପକ୍ଷରୁ ଆହ୍ବାନ ଦିଆଯାଇଛି ।

କେନ୍ଦୁଝର ରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details