ଆନନ୍ଦପୁର :ପରୀକୁ ନ୍ୟାୟ ଦାବିରେ ଘସିପୁରା ନିର୍ବାଚନ ମଣ୍ଡଳୀ କେଶଦୁରାପାଳ ଠାରେ ପଦଯାତ୍ରା ହୋଇଛି । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥୀରାଜ କୁଅଁରଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ଯୋଗ ଦେଇ ନାରଙ୍ଗପୁର ଠାରୁ ବାଲିପାଳ ଯାଏଁ ପଦଯାତ୍ରା କରିଥିଲେ ।
ପରୀକୁ ନ୍ୟାୟ ଦାବିରେ ବିଜେପିର ପଦଯାତ୍ରା
ପରୀକୁ ନ୍ୟାୟ ଦାବିରେ ଘସିପୁରାରେ ବିଜେପିର ପଦଯାତ୍ରା । ପୃଥୀରାଜ କୁଅଁରଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ପଦଯାତ୍ରାରେ ହେଲେ ସାମିଲ । ଅଧିକ ପଢନ୍ତୁ...
ପରୀକୁ ନ୍ୟାୟ ଦାବିରେ ବିଜେପିର ପଦଯାତ୍ରା
ରାଜ୍ୟରେ ୫ହଜାରରୁ ଅଧିକ ନିଖୋଜ ଶିଶୁ ଉଦ୍ଧାର, ପରୀ ମାମଲାରେ ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ନେଇ ଗ୍ରାମ ପରିକ୍ରମା କରାଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁମତି ଜେନା ଓ ବିଜେପି ନେତା ଧନୁର୍ଜୟ ସିଧୁ ଯୋଗଦେଇ ଲୋକମାନଙ୍କୁ ସଚେତନ କରିଥିଲେ ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ