କେନ୍ଦୁଝର:ପ୍ରଦେଶ କଂଗ୍ରେସ କମିଟି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଆକ୍ରମଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ସଦର ବିଜେପି ବିଧାୟକ ମୋହନ ଚରଣ ମାଝୀ। ପିସିସି ସଭାପତିଙ୍କ ଉପରେ ହୋଇଥିବା ଆକ୍ରମଣଙ୍କୁ ସେ ନିନ୍ଦା କରିଛନ୍ତି। ଏହାସହ ଏହି ଘଟଣାରେ ଦୋଷୀମାନଙ୍କୁ ଉଚିତ ଦଣ୍ଡ ଦେବାକୁ ସେ ଦାବି କରିଛନ୍ତି।
ତେବେ ଏହି ଘଟଣାରେ ବିଜେପିର ହାତ ରହିଥିବା ନେଇ ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଏହି ମାମଲାରେ ଅଭିଯୁକ୍ତ ସଞ୍ଜୟ ମହାନ୍ତି ନାମକ ଯୁବକଙ୍କୁ ଗିରଫ କରାଯାଇଛି। ତେବେ ବିଜେପି ସହ ଯୁବକଙ୍କ କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ସଦର ବିଜେପି ବିଧାୟକ ମୋହନ ଚରଣ ମାଝୀ। ସେମାନେ ପୂର୍ବରୁ ବିଜେପି ପାଇଁ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ଅଭିଯୁକ୍ତ ସହ ବିଜେପିର କୌଣସି ସମ୍ପର୍କ ନାହିଁ, ସେମାନେ ଏହି ଅଞ୍ଚଳରେ ରୁହନ୍ତି ନାହିଁ ବୋଲି ମଧ୍ୟ କହିଛନ୍ତି ବିଜେପି ବିଧାୟକ।