ଓଡିଶା

odisha

ETV Bharat / state

ପଦ୍ମଶ୍ରୀ ଦୈତାରୀଙ୍କୁ ଭେଟିଲେ ବିରୋଧୀ ଦଳ ମୁଖ୍ୟ ସଚେତକ - keonjhar

ଆଜି ପଦ୍ମଶ୍ରୀ ଦୈତାରୀଙ୍କ ଘରେ ପହଞ୍ଚିଛନ୍ତି କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ । ଚଳିତ ଥର ବିଜୟୀ ହେବା ପରେ ମୋହନ ଚରଣ ମାଝୀ ପ୍ରଥମ ଥର ଦୈତାରୀଙ୍କୁ ଭେଟିବାକୁ ଆସିଥିଲେ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦୁଝର

By

Published : Jul 6, 2019, 9:53 PM IST

କେନ୍ଦୁଝର: ନିର୍ବାଚନ ପରେ ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ଘର ଏବେ ଚଳଚଞ୍ଚଳ ହୋଇପଡିଛି । କେତେବେଳେ ସରକାରୀ ଅଧିକାରୀ ତ କେତେବେଳେ ପହଁଞ୍ଚୁଛନ୍ତି ନେତା । ଆଜି ପଦ୍ମଶ୍ରୀ ଦୈତାରୀଙ୍କ ଘରେ ପହଞ୍ଚିଛନ୍ତି କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ । ଚଳିତ ଥର ବିଜୟୀ ହେବା ପରେ ମୋହନ ଚରଣ ମାଝୀ ପ୍ରଥମ ଥର ଦୈତାରୀଙ୍କୁ ଭେଟିବାକୁ ଆସିଥିଲେ । ଦୈତାରୀ ନାଏକ କିପରି ଅଛନ୍ତି ସେ ନେଇ ବିଭିନ୍ନ ଗଣମାଧ୍ୟମରେ ବହୁ ବିଭ୍ରାନ୍ତିକର ତଥ୍ୟ ପୂର୍ବରୁ ପ୍ରକାଶିତ ହୋଇଥିଲା । ଏହାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ମୋହନ ଚରଣ ମାଝୀ ଦୈତାରୀଙ୍କୁ ଭେଟି ତାଙ୍କ ସମସ୍ୟା ଓ ତାଙ୍କ ଅଧୁରା କାର୍ଯ୍ୟ ବିଷୟରେ ପଚାରି ବୁଝିଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦୁଝର

କେନ୍ଦ୍ର ସରକାର ଦୈତାରୀଙ୍କ କାର୍ଯ୍ୟ ନେଇ ପଦ୍ମଶ୍ରୀ ପ୍ରଦାନ କରିଥିଲେ ମଧ୍ୟ ରାଜ୍ୟ ସରକାର ତାଙ୍କୁ କିପରି ସହଯୋଗ କରୁଛନ୍ତି ସେ ନେଇ ଅବଗତ ହୋଇଥିଲେ । ଦୈତାରୀଙ୍କୁ ଭେଟିବା ପରେ ଦୈତାରୀ ନାଏକ ବହୁ ଅସୁବିଧାରେ ଅଛନ୍ତି । ଆଗାମୀ ଦିନରେ ସେ କିପରି ସରକାରୀ ସାହାଯ୍ୟ ପାଇପାରିବେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ କିପରି ସହଯୋଗ ପାଇବେ, ସେ ନେଇ ପ୍ରୟାସ କରିବେ ବୋଲି ମୋହନ ଚରଣ ମାଝୀ ପ୍ରକାଶ କରିଥିଲେ ।

ପଦ୍ମଶ୍ରୀ ଦୈତାରୀ ନାଏକଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ମୋହନ ମାଝୀଙ୍କ ଗସ୍ତ ନେଇ ଦୈତାରୀ ନାଏକ ଖୁସି ବ୍ୟକ୍ତ କରିଥିବାବେଳେ ଆଗାମୀ ଦିନରେ ତାଙ୍କ ସମସ୍ୟା ଓ ଗାଁର ସମସ୍ୟା ସମାଧାନ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ । ନିର୍ବାଚନ ଯୋଗୁଁ ଗାଁର ଓ ତାଙ୍କ ଅଧୁରା କେନାଲ କାର୍ଯ୍ୟ ହୋଇ ପାରିନଥିଲା । ଏହା ଆଗାମୀ ଦିନରେ ହେବ ବୋଲି ଦୈତାରୀ ନାଏକ ପ୍ରକାଶ କରିଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details