କେନ୍ଦୁଝର: ପୌରାଞ୍ଚଳ ସମେତ ଜିଲ୍ଲାର ସମସ୍ତ ପୌରାଞ୍ଚଳର ବର୍ଜ୍ୟବସ୍ତୁ ପରିଚାଳନା ଦେୟ ସାଙ୍ଗକୁ ହୋଲଡିଂ ଫି, ଟ୍ରେଡିଂ ଫି ଆଦାୟରେ ୨୦% ଛାଡ଼ ନେଇ ଆଜି ଜିଲ୍ଲା ବିଜେପି ପକ୍ଷରୁ ଦାବି କରାଯାଇଛି । କୋରୋନା ସଙ୍କଟ ସମୟରେ ସାରା ଜିଲ୍ଲାର ଗାଁଠୁ ସହର ସମସ୍ତେ ଗୁରୁତ୍ବର ଆର୍ଥିକ ଅନାଟନରେ ଗତି କରୁଛନ୍ତି । ଏଭଳି ଅବସ୍ଥା କେତେଦିନ ରହିବ କାହାକୁ ଜଣାନାହିଁ ।
କେନ୍ଦୁଝର ପୌରାଞ୍ଚଳରରେ ୟୁଜର୍ସ ଫି’ରେ ୨୦% ଛାଡ଼ ପାଇଁ ବିଜେପିର ଦାବି - BJP demand
ପୌରାଞ୍ଚଳ ସମେତ ଜିଲ୍ଲାର ସମସ୍ତ ପୌରାଞ୍ଚଳର ବର୍ଜ୍ୟବସ୍ତୁ ପରିଚାଳନା ଦେୟ ସାଙ୍ଗକୁ ହୋଲଡିଂ ଫି, ଟ୍ରେଡିଂ ଫି ଆଦାୟରେ ୨୦% ଛାଡ଼ ନେଇ ଆଜି ଜିଲ୍ଲା ବିଜେପି ପକ୍ଷରୁ ଦାବି କରାଯାଇଛି ।
କେନ୍ଦୁଝର ପୌରାଞ୍ଚଳରରେ ୟୁଜର୍ସଫି ଉପରେ ୨୦% ଛାଡ଼ ପାଇଁ ବିଜେପିର ଦାବି
ଏପରି ସଙ୍କଟ ସମୟରେ ପୌରାଞ୍ଚଳର ଲୋକଙ୍କ ଠାରୁ ବର୍ଜ୍ୟବସ୍ତୁ ପରିଚାଳନା ଦେୟ ଆଦାୟ ହେବାର ଯୋଜନା କରାଯିବା, ହୋଲଡିଂ ଫି ଓ ଟ୍ରେଡିଂ ଫି ବୃଦ୍ଧି କରିବା ବେଡି ଉପରେ କରୋଡା ଭଳି ହୋଇଥିବା ଜିଲ୍ଲା ବିଜେପି ଅଭିଯୋଗ କରିଛି । ତେଣୁ କୋରୋନା ପରିସ୍ଥିତି ସମୟରେ ସହରବାସୀଙ୍କ ଠାରୁ ୨୦% ଛାଡ଼ କରିବା ପାଇଁ ଜିଲ୍ଲା ବିଜେପି ପକ୍ଷରୁ ସଦର ବିଧାୟକଙ୍କ ନେତୃତ୍ୱରେ ଏକ କମିଟି ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ