ଆନନ୍ଦପୁର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 70ତମ ଜନ୍ମଦିନ । ଏହି ଅବସରରେ ବିଜେପି ପକ୍ଷରୁ ଗତ ୧୪-୨୦ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳିତ ହେଉଛି ।
ଏପଟେ ଏହି କ୍ରମରେ ଶାଳବଣୀ ମେଡିକାଲ ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ସେହିପରି ଘଷିପୁରାରେ ଥିବା ଏସିଆରଏମ୍ ଅନାଥ ଆଶ୍ରମରେ ବୟସ୍କ ବ୍ୟକ୍ତିମାନଙ୍କୁ ଫଳ ଓ ଶିଶୁମାନଙ୍କୁ ଶିଶୁ ଖାଦ୍ୟ ବଣ୍ଟନ କରାଯାଇଥିଲା ।