ଓଡିଶା

odisha

ETV Bharat / state

ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କୁ ବିଜେପିର ଦାବିପତ୍ର - keonjhar collector office

ସାମୁଦ୍ରିକ ବାତ୍ୟା ୟସ ପ୍ରଭାବରେ ରାଜ୍ୟର ପୂର୍ବାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ତୁରନ୍ତ କ୍ଷତିପୂରଣ ଦାବି କଲା ବିଜେପି । ଅଧିକ ପଢନ୍ତୁ...

ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କୁ ବିଜେପିର ଦାବିପତ୍ର
ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କୁ ବିଜେପିର ଦାବିପତ୍ର

By

Published : Jun 1, 2021, 4:33 PM IST

କେନ୍ଦୁଝର:ସାମୁଦ୍ରିକ ବାତ୍ୟା ‘ୟସ’ ପ୍ରଭାବରେ ରାଜ୍ୟର ପୂର୍ବାଞ୍ଚଳ ବହୁ କ୍ଷତିଗ୍ରସ୍ତ ହୋଇଛି । ବହୁ ଜମିରେ ପାଣି ମାଡିଯିବା ଫଳରେ ଖରିଫ ଧାନ ଫସଲର ବ୍ୟାପକ କ୍ଷୟକ୍ଷତି ହୋଇଛି । ପାଚି ଆସିଥିବା ଧାନଗଜା ହେବାକୁ ବସିଲାଣି । ଏହା ସହ ଅନ୍ୟାନ୍ୟ ଅର୍ଥକାରୀ ଫସଲ ମଧ୍ୟ ଏହି ବାତ୍ୟା ଯୋଗୁଁ ନଷ୍ଟ ହୋଇଛି । ତେବେ କେନ୍ଦ୍ର ସରକାର ଘୋଷଣା କରିଥିବା ସହାୟତା ପ୍ୟାକେଜରୁ ରାଜ୍ୟ ସରକାର ଖୁବଶୀଘ୍ର ଯୋଗାଇ ଦେବା ପାଇଁ ଦାବି କରିଛି ବିଜେପି ।

ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କୁ ବିଜେପିର ଦାବିପତ୍ର

ବାତ୍ୟା ୟସ ପ୍ରଭାବରେ ବିଶେଷ କ୍ଷତିଗ୍ରସ୍ତ ହୋଇଛି ପରିବା ଓ ଫଳଚାଷ । ଆମ୍ବ, ଵୋଇତାଳୁ, ବାଇଗଣ, କଲରା, ଭେଣ୍ଡି ଆଦି ଫସଲ ବ୍ୟାପକ ପରିମାଣରେ ନଷ୍ଟ ହେବା ଯୋଗୁଁ ଚାଷୀ ମୁଣ୍ଡରେ ହାତ ଦେଇବସିଛି । ଏହି ଚାଷୀଙ୍କୁ କେନ୍ଦ୍ରୀୟ ପ୍ୟାକେଜରୁ ରାଜ୍ୟ ସରକାର ଖୁବ ଶିଘ୍ର ସହାୟତା ଯୋଗାଇବା ପାଇଁ ବିଜେପି ଦାବି କରିଛି । ଆଜି ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛି ବିଜେପି କୃଷକ ମୋର୍ଚ୍ଚା।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details