ଓଡିଶା

odisha

ETV Bharat / state

ବିଜେପି ପକ୍ଷରୁ ପ୍ରଚାର ଜୋରଦାର

କେନ୍ଦୁଝରରେ ବିପେଜି ପକ୍ଷରୁ ଜୋରଦାର ପ୍ରଚାର ଅଭିଯାନ ଚାଲିଛି । ଡୋର ଟୁ ଡୋର କ୍ୟାମ୍ପେନ କରି ଭୋଟ ଭିକ୍ଷା ମାଗୁଛନ୍ତି ଦଳୀୟ କର୍ମୀ ।

By

Published : Apr 15, 2019, 2:14 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର


କେନ୍ଦୁଝର: ଚଳିତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ କେନ୍ଦୁଝରବାସୀ ମତ ସାବ୍ୟସ୍ତ କରିବେ । ଏଥିପାଇଁ କେନ୍ଦୁଝରରେ ବିଜେପି ଜୋରଦାର ପ୍ରଚାର ଆରମ୍ଭ କରିଦେଇଛି । ଗାଁ ଗାଁରେ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ଦଳୀୟ କର୍ମୀଙ୍କ ସହ ମିଶି ପ୍ରଚାର ଆରମ୍ଭ କରିଦେଇଛନ୍ତି । ଏଥିପାଇଁ ସ୍ବତନ୍ତ୍ର ରଣନୀତି ମଧ୍ୟ ପ୍ରସ୍ତୁତ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର


ବିଜେପିର ଦଳୀୟ କର୍ମୀମାନେ ଗାଁ ଗାଁ ବୁଲି ମହିଳାଙ୍କଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧାଙ୍କୁ ଭେଟୁଛନ୍ତି । ନିର୍ବାଚନ ବୈତରଣୀ ପାର କରିବା ପାଇଁ ଭୋଟ ଭିକ୍ଷା କରୁଛନ୍ତି । ସେପଟେ କର୍ମୀ ମଧ୍ୟ ଉତ୍ସାହିତ ହୋଇ ନରେନ୍ଦ୍ର ମୋଦିଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ କରିବା ପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details