ଓଡିଶା

odisha

ETV Bharat / state

‘CAA କୁ ନେଇ ବିଜେପି ଆଗରୁ ସଚେତନ କରିବାର ଥିଲା’ - BJD reaction on caa support campaign

ଜନଜାଗରଣ ଅଭିଯାନକୁ ନେଇ ବିଜେଡିର ପ୍ରତିକ୍ରିୟା । ନାଗରିକତା ସଂଶୋଧନ ଆଇନ କାର୍ଯ୍ୟକାରୀ କରିବା ଆଗରୁ ବିଜେପି ସାରା ଦେଶରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଥିଲା ବୋଲି କହିଛନ୍ତି ସାଂସଦ ପିନାକୀ ମିଶ୍ର । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

caa support campaign
‘CAA କୁ ନେଇ ବିଜେପି ଆଗରୁ ସଚେତନତା କରିବାର ଥିଲା’

By

Published : Jan 5, 2020, 8:30 PM IST

ଭୁବନେଶ୍ବର: ସିଏଏ ବିରୋଧରେ ସାରାଦେଶରେ ବ୍ୟାପକ ହିଂସା ଦେଖାଯିବା ପରେ ଏ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ ପାଇଁ ବାହାରିଛି ବିଜେପି । ଏଥିପାଇଁ ରବିବାର ଠାରୁ ବିଜେପି ଆରମ୍ଭ କରିଛି ଜନଜାଗରଣ ଅଭିଯାନ ।

‘CAA କୁ ନେଇ ବିଜେପି ଆଗରୁ ସଚେତନତା କରିବାର ଥିଲା’

ଏପଟେ ବିଜେପିର ଜନଜାଗରଣ ଅଭିଯାନକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ପୁରୀ ସାଂସଦ ପିନାକୀ ମିଶ୍ର କହିଛନ୍ତି କି, "ଆଗରୁ ବିଜେପି ସାରା ଦେଶରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଥିଲା । ଆଜି ଯେଉଁ ଜନଜାଗରଣ କରୁଛି ତାହା ଆଗରୁ ହେବାର ଥିଲା । କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ କେନ୍ଦ୍ରାପଡା ଯାଇ ସେଠାରେ ଲୋକଙ୍କୁ ସଚେତନ କରିଛନ୍ତି । ନାଗରିକତା ଆଇନ କଣ ବୁଝାଇଛନ୍ତି । ଯଦି ଏହା ଆଗରୁ ହୋଇଥାନ୍ତା ତେବେ ସାରଦେଶରେ ଯେଉଁଭଳି ଭାବରେ ହିଂସା ଦେଖା ଦେଇଛି ତାହା ହୁଏତ ଏତେଟା ହୋଇନଥାନ୍ତା ବୋଲି କହିଛନ୍ତି ପିନାକୀ ।

ଏହାସହ ସେ ଆହୁରି କହିଛନ୍ତି, ନାଗରିକତା ଆଇନ ସେତେଟା ଗୁରୁତ୍ବପୂର୍ଣ୍ଣ ନୁହେଁ । ଏନଆରସି ହେଉଛି ଅଧିକ କ୍ଷତିକାରକ । ତେଣୁ ଆମେ ତାକୁ ବିରୋଧ କରିଛୁ । ବିଜେଡି ସୁପ୍ରିମୋ ମଧ୍ୟ ଏନେଇ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ

ABOUT THE AUTHOR

...view details