କେନ୍ଦୁଝର: ପୌର ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲ ପାଇଁ ହାତରେ ଆଉ ଗୋଟିଏ ଦିନ ବାକି ରହିଲା । ଏଥିପାଇଁ କେନ୍ଦୁଝର ପୌରପାଳିକ ଅଧ୍ୟକ୍ଷ ପଦ ପାଇଁ ବିଜେଡି ଓ ବିଜେପି ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ଉଭୟ ଦଳ ପକ୍ଷରୁ କେନ୍ଦୁଝରରେ ଏକ ବିରାଟ ଶୋଭାଯାତ୍ରା କରାଯାଇଥିଲା ।
ପୌର ଫାଇଟ: କେନ୍ଦୁଝରରେ ନାମାଙ୍କନ ଭରିଲେ ବିଜେଡି ଓ ବିଜେପି ପ୍ରାର୍ଥୀ କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷ ପଦ ସହ ୱାର୍ଡରେ କାଉନସିଲର ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଦୁଇ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ । ବିଜେଡି ୨୧ ୱାର୍ଡରେ କାଉନସିଲର ପଦ ପାଇଁ ନାମାଙ୍କନ ଭରିଥିବା ବେଳେ ବିଜେପି ୧୦ ୱାର୍ଡ ପାଇଁ ନାମାଙ୍କନ ଭରିଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
କିଛି ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ପାର୍ଥୀପତ୍ର ଦାଖଲ କରିଛନ୍ତି । ପାର୍ଥୀମାନେ ମଧ୍ୟ ୱାର୍ଡବାସୀଙ୍କ ସେବା କରିବା ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇ ଥିବାବେଳେ ଜନସାଧାରଣ ତାଙ୍କୁ ଜିତାଇବେ ବୋଲି ଆଶା ରଖିଛନ୍ତି । ବିଜେପି ପାର୍ଥୀ ପୌରପାଳିକାରେ ହେଉଥିବା ଦୁର୍ନୀତିକୁ ବିରୋଧ ଓ ବିକାଶର ନାରା ନେଇ ମୈଦାନ ଓହ୍ଲାଇ ଥିବାବେଳେ ବିଜେଡି ପାର୍ଥୀ ରାଜ୍ୟ ସରକାରଙ୍କ ବିକାଶକୁ ମୁଦ୍ଦା କରି ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି ।
ଜିଲ୍ଲାର ସମସ୍ତ ପୋୖରପାଳିକା ପଦ ବିଜେଡି ହାତେଇବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦୁଝର ସାଂସଦ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରାର୍ଥୀପତ୍ର ଦାଖଲ ପକ୍ରିୟା ସୁରୁଖୁରୁରେ ଚାଲୁଥିବା କଥା କହିଛନ୍ତି ଉପଜିଲ୍ଲାପାଳ ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ