ଓଡିଶା

odisha

କୋରୋନା ପାଇଁ ଫିକା ପଡିଲା ବିଞ୍ଚୁଣି ଓଷା

By

Published : Apr 13, 2020, 8:46 PM IST

କେନ୍ଦୁଝରର ଘସିପୁରା ବ୍ଲକ କେଶଦୁରାପାଳ ଗ୍ରାମର ବିଞ୍ଚୁଣି ଓଷା ମଧ୍ୟ କୋରୋନା ପାଇଁ ପ୍ରଭାବିତ ହୋଇଛି । ପୂର୍ବରୁ ହଜାର ହଜାର ମାନସିକଧାରୀ ଶ୍ରଦ୍ଧାଳୁ ଏଠାକୁ ଆସୁଥିବା ବେଳେ ଚଳିତଥର କେବଳ ପରମ୍ପରା ରକ୍ଷା କରାଯାଇଛି । ଅଧିକ ପଢନ୍ତୁ...

binchuni-osa-of-ghasipura-affected-due-to-corona-outbreak
କୋରୋନା ପାଇଁ ଫିକା ପଡିଲା ବିଞ୍ଚୁଣି ଓଷା

ଆନନ୍ଦପୁର: କୋରୋନା ପାଇଁ ରାଜ୍ୟରେ ଲକଡାଉନ ଜାରି ରହିଛି । ଏଥିପାଇଁ ବିଭିନ୍ନ ପାରମ୍ପରିକ ପୂଜା ଓ ପର୍ବପର୍ବାଣି ମଧ୍ୟ ଫିକା ପଡିଛି । କେବଳ ପରମ୍ପରା ବଜାୟ ରଖିବା ପାଇଁ ନିରାଡମ୍ବର ଭାବରେ ପାଳନ କରାଯାଉଛି ବିଭିନ୍ନ ପୂଜା ଓ ପର୍ବପର୍ବାଣି । କେନ୍ଦୁଝରର ଘସିପୁରା ବ୍ଲକ କେଶଦୁରାପାଳ ଗ୍ରାମର ବିଞ୍ଚୁଣି ଓଷା ମଧ୍ୟ କୋରୋନା ପାଇଁ ପ୍ରଭାବିତ ହୋଇଛି । ପୂର୍ବରୁ ହଜାର ହଜାର ମାନସିକଧାରୀ ଶ୍ରଦ୍ଧାଳୁ ଏଠାକୁ ଆସୁଥିବା ବେଳେ ଚଳିତଥର କେବଳ ପରମ୍ପରା ରକ୍ଷା କରାଯାଇଛି ।

କୋରୋନା ପାଇଁ ଫିକା ପଡିଲା ବିଞ୍ଚୁଣି ଓଷା

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କେଶଦୁରାପାଳ ଗ୍ରାମରେ ଥିବା ଗ୍ରାମଦେବୀଙ୍କ ଠାରେ କେଉଁ ଆଦିମ କାଳରୁ ବର୍ଷରେ ପଣା ସଂକ୍ରାନ୍ତି ଦିନ ବିଞ୍ଚୁଣି ଓଷା ପାଳନ ହୋଇ ଆସୁଛି । ଶ୍ରଦ୍ଧାଳୁମାନେ ଉପବାସ ରହି ପରିବାରର ମଙ୍ଗଳ କାମନା ପାଇଁ ଏହି ଓଷା ପାଳନ କରିଥାନ୍ତି । କିନ୍ତୁ କୋରୋନା ପାଇଁ ଉକ୍ତ ମାନଙ୍କୁ କମିଟି ପକ୍ଷରୁ ମାଙ୍କ ଦର୍ଶନ ବାରଣ କରାଯାଇଛି । କେବଳ କମିଟି ସଦସ୍ୟ ସହ ସକାଳୁ ମାଙ୍କୁ ଦେହୁରୀ ପୂଜାର୍ଚ୍ଚନା କରି ଭୋଗ ଲଗାଇଛନ୍ତି । ବିଶ୍ବାସ ଅଛି ଯିଏ ଯାହା ମାନସିକ କରି ଓଷା କରିଥାଏ ମା ତାହାର ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ପର୍ବର ମୁଖ୍ୟ ଆକର୍ଷଣ ହେଲା କଣ୍ଟା ଫୋଡା କାର୍ଯ୍ୟକ୍ରମ । ବିଭିନ୍ନ ବେଶରେ ସଜାଇ ହୋଇ ପାଟୁଆ ଓ କାଳିସୀ ମାନେ ନିଜ ଜିଭରେ ଓ ପିଠିରେ କଣ୍ଟା ଫୋଡି ଗ୍ରାମ ପରିକ୍ରମା କରିଥାନ୍ତି ।

ବୈଜ୍ଞାନିକ ଯୁଗରେ ଏ ଅନ୍ଧବିଶ୍ବାସକୁ ଗ୍ରହଣ କରି କେଉଁ ଆଦିମ କାଳରୁ ପାଳନ କରାଯାଉଛି ବିଞ୍ଚୁଣି ଓଷା । କେବଳ କେଶଦୁରାପାଳ ବାସୀ ନୁହେଁ ଆଖ ପାଖ ୧୫ଟି ଗ୍ରାମର ଶ୍ରଦ୍ଧାଳୁମାନେ ଏଠାକୁ ଆସି ଏ ଓଷା କରିଥାନ୍ତି । କିନ୍ତୁ କୋରୋନା ପାଇଁ ସବୁ ଭକ୍ତ ମାନେ ଘରେ ରହି ଓଷା କରିଛନ୍ତି । ମାନସିକ କରି ବିଞ୍ଚୁଣି ଓଷା କରିଲେ ଡିଆଁ ରୋଗ, ବିଇଞ୍ଚି ଓ କାଛୁକୁଣ୍ଡିଆ ହୁଏ ନାହିଁ ବୋଲି ବିଶ୍ବାସ କରାଯାଏ ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details