ଓଡିଶା

odisha

ETV Bharat / state

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ଯୁବକ ମୃତ

ହରିଚନ୍ଦନପୁର ଥାନା ଅନ୍ତର୍ଗତ ରଘୁନାଥପୁର ରେଲୱେ ଓଭରବ୍ରିଜ୍ ନିକଟରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଯୁବକଙ୍କ ମୃତ୍ୟୁ ହୋଇଛି ।

By

Published : Jun 1, 2019, 9:11 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ହରିଚନ୍ଦନପୁର ଥାନା ଅନ୍ତର୍ଗତ ରଘୁନାଥପୁର ରେଲୱେ ଓଭରବ୍ରିଜ୍ ନିକଟରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଯୁବକଙ୍କ ମୃତ୍ୟୁ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନାଅନୁସାରେ, ଘଟଗାଁ ଥାନା ଅନ୍ତର୍ଗତ ଗୋପିନାଥପୁର ଗ୍ରାମର ରବି ବେହେରାଙ୍କ ପୁଅ ବଗୁଲୁ ବେହେରା ଏକ ବାଇକରେ ଗ୍ରାମର ରାଧି ମୁଣ୍ଡାଙ୍କ ପୁଅ ବିଜୁ ମୁଣ୍ଡା(୨୨)ଙ୍କୁ ସାଙ୍ଗରେ ଆଣି ହରିଚନ୍ଦନପୁର ସାପ୍ତାହିକ ହାଟକୁ ଆସିଥିଲେ । ହାଟରୁ ଫେରୁଥିବା ବେଳେ ରେଲୱେ ଓଭରବ୍ରିଜ୍ ନିକଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ରେଲୱେ ସୂଚନା ଫଳକରେ ଧକ୍କା ଦେଇଥିଲା । ଧକ୍କା ଦେବା ଫଳରେ ବାଇକରେ ବସିଥିବା ବିଜୁ ପାଖରେ ଥିବା ନାଳରେ ପଡିଯାଇଥିଲେ । ଫଳରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details