ଓଡିଶା

odisha

ETV Bharat / state

କେନ୍ଦୁଝରରେ ଗର୍ଜିଲା ଭାରତୀୟ ମଜଦୁର ସଂଘ, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର - ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଭାରତରେ ପ୍ରାୟ ୫୦ କୋଟି ଶ୍ରମିକ ରହିଥିବା ବେଳେ ସେମାନଙ୍କର ଆର୍ଥିକ, ସାମାଜିକ ଓ ସ୍ବାସ୍ଥ୍ୟଗତ ସମସ୍ୟାର ବିକାଶ ହୋଇପାରୁନଥିବା ଅଭିଯୋଗ କରୁଛି ଭାରତୀୟ ମଜଦୁର ସଂଘ । ଏନେଇ ଦେଶର ସମସ୍ତ ଜିଲ୍ଲାରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିବା ବେଳେ କେନ୍ଦୁଝରରେ ମଧ୍ୟ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ୪ ଦଫା ଦାବିପତ୍ର ଦିଆଯାଇଛି । ଅଧିକ ପଢ଼ନ୍ତୁ

ଭାରତୀୟ ମଜଦୁର ସଂଘର ୪ ଦଫା ଦାବି
ଭାରତୀୟ ମଜଦୁର ସଂଘର ୪ ଦଫା ଦାବି

By

Published : Apr 26, 2023, 9:04 PM IST

ଭାରତୀୟ ମଜଦୁର ସଂଘର ୪ ଦଫା ଦାବି

କେନ୍ଦୁଝର: ଭାରତୀୟ ମଜଦୁର ସଂଘ ଦ୍ବାରା ଦେଶର ସବୁ ଜିଲ୍ଲାରେ ଜିଲ୍ଲାପାଳଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ସଂଘ ଦର୍ଶାଇଛି ଯେ ଆମ ଦେଶର ପ୍ରାୟ ୫୦ କୋଟି ଶ୍ରମିକ ଅଛନ୍ତି । ସେମାନଙ୍କର ଆର୍ଥିକ ସ୍ଥିତି, ସାମାଜିକ ଓ ସ୍ବାସ୍ଥ୍ୟଗତ ସମସ୍ୟାର ବିକାଶ ହୋଇପାରୁନାହିଁ । ଏପରିକି ସର୍ବନିମ୍ନ ମଜୁରୀ ପାଇଁ ଶ୍ରମିକମାନଙ୍କୁ ସଂଘର୍ଷ କରିବାକୁ ପଡୁଛି । ଏଥିପାଇଁ ଭାରତୀୟ ମଜଦୁର ସଂଘର ୨୦ ତମ ରାଷ୍ଟ୍ରୀୟ ଅଧିବେଶନରେ ୪ଟି ଦାବିକୁ ପାରିତ କରି ଉକ୍ତ ଦାବିକୁ କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛି ସଂଘ । ଏନେଇ ଦେଶର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ୪ ଦଫା ଦାବିପତ୍ର ଦିଆଯାଇଛି ।

ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାପାଳଙ୍କୁ ମଧ୍ୟ ୪ ଦଫା ଦାବିପତ୍ର ଦେଇଛି ଭାରତୀୟ ମଜଦୁର ସଂଘ । ଦାବି ଗୁଡିକ ମଧ୍ୟରେ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବଦଳରେ ଜୀବିକା ମଜୁରୀ ପ୍ରଦାନ, ସମସ୍ତଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ, ଶ୍ରମିକଙ୍କ ଆର୍ଥିକ ବିକାଶ ପାଇଁ ରାଷ୍ଟ୍ରୀୟ ଶ୍ରମନୀତି ପ୍ରଣୟନ ଏବଂ ଠିକା ପ୍ରଥା ଉଚ୍ଛେଦ ଓ ନିୟନ୍ତ୍ରଣ ଆଇନରେ ଆବଶ୍ୟକ ସଂଶୋଧନ ଆଣିବା ପାଇଁ ଦାବି କରିଛି ଭାରତୀୟ ମଜଦୁର ସଂଘ । କେନ୍ଦୁଝର ଜିଲ୍ଲାର ଖଣି ଖାଦାନ ଓ କଳ କାରଖାନା ଗୁଡ଼ିକରେ ଯୋଗ୍ୟତା ଅନୁଯାୟୀ ସ୍ଥାନୀୟ ନିଯୁକ୍ତି ହୋଇ ପାରୁନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ଡାକ୍ତର ମହାନ୍ତ ।

ତେବେ ଆଜିର କାର୍ଯ୍ୟକ୍ରମରେ ଅଲ ଓଡିଶା ଅଙ୍ଗନୱାର୍ଡି ଲେଡିଜ ୱାର୍କର ଆସୋସିଏସନ, ଓଡିଶା ରାଜ୍ୟ ଆଶା କର୍ମୀ ସଂଘ, ଓଡିଶା ରାଜ୍ୟ ଉଜ୍ବଳା ଦିଦି ସଂଘ, କେନ୍ଦୁଝର ଟ୍ରକ ଚାଳକ ସଂଘ, ଓଡିଶା ସିକ୍ୟୁରିଟି ଏଣ୍ଡ ଏମ୍ପ୍ଲୋୟି ଆସୋସିଏସନ, କେଜେଏସ ଆଲୁୱାଲିଆ ଶ୍ରମିକ ସଂଘ, ଶିରାଜୁଦ୍ଦିନ ମାଇନ୍ସ ମଜଦୁର ସଂଘ, ବିଚାକୁଣ୍ଡି ମାଇନ୍ସ ମଜଦୁର ସଂଘ, ବଲାଣି ମାଇନ୍ସ ମଜଦୁର ସଂଘ, ବଲାଣି ଠିକା ମଜଦୁର ସଂଘ, ଓଏମଡିସି କର୍ମଚାରୀ ସଂଘ, ଏମଏସପି ସ୍ପଞ୍ଜ ଆଇରନ ସଂଘ, ଅରିଅନ ଇସ୍ପାତ କର୍ମଚାରୀ ସଂଘ, ଦୈତାରୀ ମାଇନ୍ସ ମଜଦୁର ସଂଘ, ଗନ୍ଧମାର୍ଦ୍ଦନ ମାଇନ୍ସ ମଜଦୁର ସଂଘ, କେନ୍ଦୁଝର ଜିଲ୍ଲା ମ୍ୟୁନିସିପାଲଟି ଏବଂ ଏନଏସି କର୍ମଚାରୀ ସଂଘ, କେନ୍ଦୁଝର ଜିଲ୍ଲା ଅଟୋ ଚାଳକ ସଂଘ, ଓଏଲଏମ ଆରସିଆରପି କର୍ମଚାରୀ ସଂଘ, ବ୍ରାଣ୍ଡ ଷ୍ଟିଲ ଏଣ୍ଡ ପାୱାର ମଜଦୁର ସଂଘ, ଓଡିଶା ରାଜ୍ୟ ପାଚିକା ସଂଘ, ମା' ତାରିଣୀ ଟୋଲ ପ୍ଲାଜା ଏଣ୍ଡ ୱାର୍କର ସଂଘ, କଣ୍ଡରା, ମାରଙ୍ଗାପାଟ ଖିରେଇ ରଙ୍ଗିରି ଟୋଲ ପ୍ଲାଜା ୱାର୍କର୍ସ ୟୁନିୟନ, ଜରିବାର ମାଙ୍ଗାନିଜ ମାଇନ୍ସ ମଜଦୁର ସଂଘର ବିଭିନ୍ନ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ । ଏମାନଙ୍କ ସହିତ ଭାରତୀୟ ମଜଦୁର ସଂଘର ରାଜ୍ୟ ଓ ଜିଲ୍ଲାର ସମସ୍ତ ପଦାଧିକାରୀ ରାଜ୍ୟ ସମ୍ପାଦକ ଡାକ୍ତର ମହାନ୍ତ, ଜିଲ୍ଲା ସମ୍ପାଦକ ବାବୁଲାଲ ମହାନ୍ତ, ଜିଲ୍ଲା ସଭାପତି କାମପାଳ ନାୟକ, ସହ ସମ୍ପାଦକ ଚନ୍ଦନ ବଇପାଇ, ଉପସଭାନେତ୍ରୀ ବୀଣାପାଣି ବେହେରା, ମିଡିଆ ପ୍ରଭାରୀ ଅର୍ଜୁନ ବେହେରା, ମୁଖ୍ୟବକ୍ତା ଆଇନଜୀବୀ ବିରଜା ମିଶ୍ର, ଭରସା ପରିବାର ସଭାପତି ଓ ଯୁବ ସଂଗଠକ ଲମ୍ବୋଦର ମହାନ୍ତ, ରାଜ୍ୟ ଆଶାକର୍ମୀ ସମ୍ପାଦିକା ଧରିତ୍ରୀ ବାରିକ, ଅଙ୍ଗନୱାର୍ଡି ରାଜ୍ୟ ଉପସଭାନେତ୍ରୀ ସୁଷମାରାଣୀ ମହାପାତ୍ର, ରାଜ୍ୟ ଆଶାକର୍ମୀ ଜିଲ୍ଲା ସମ୍ପାଦିକା ବିଶାଖା ମହାନ୍ତ ଓ ଜିଲ୍ଲା ସଭାନେତ୍ରୀ ପ୍ରମିଳା ମହାନ୍ତ ଏବଂ ଦୀପିକା ମହାରଣା, ଗାୟତ୍ରୀ ଜେନା, ସୌମ୍ୟରଞ୍ଜନ ବେହେରା, ବିଶ୍ବଭୂଷଣ ବେହେରା, ସ୍ମୃତି ରଞ୍ଜନ ସେଠ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details