ଓଡିଶା

odisha

ଲାଞ୍ଚ ନେଉଥିଲେ ବ୍ଲକ ଶିକ୍ଷାଧିକାରୀ, ଧରିଲା ଭିଜିଲାନ୍ସ

By

Published : Jun 30, 2021, 5:03 PM IST

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ । ଚଢାଉ କଲା ଭିଜିଲାନ୍ସ । ଅଧିକ ପଢନ୍ତୁ..

ଲାଞ୍ଚ ନେଉଥିଲେ ବ୍ଲକ ଶିକ୍ଷାଧିକାରୀ,ଧରିଲା ଭିଜିଲାନ୍ସ
ଲାଞ୍ଚ ନେଉଥିଲେ ବ୍ଲକ ଶିକ୍ଷାଧିକାରୀ,ଧରିଲା ଭିଜିଲାନ୍ସ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ (ଏବିଇଓ) ଅଭିମନ୍ୟୁ ସାହୁ 10ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ସୂଚନା ମିଳିଛି ।

ଲାଞ୍ଚ ନେଉଥିଲେ ବ୍ଲକ ଶିକ୍ଷାଧିକାରୀ,ଧରିଲା ଭିଜିଲାନ୍ସ

ମିଳିଥିବା ସୂଚନା ଅନୁସାରେ ଶିକ୍ଷକ ସୋମନାଥ ରାମଙ୍କ ଠାରୁ 10ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଅଭିମନ୍ୟୁ ସାହୁଙ୍କ କାର୍ଯ୍ୟାଳୟରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ । ଏହି ଚଢାଉବେଳେ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବାରେ ସଫଳ ମଧ୍ୟ ହୋଇଛି ଭିଜିଲାନ୍ସ । ଶିକ୍ଷକ ସୋମନାଥ ରାମଙ୍କ ନାଁରେ ଥିବା ଏକ କାର୍ଯ୍ୟାଦେଶ ପାଇଁ ଅଭିମନ୍ୟୁ ସାହୁ 40 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଶେଷରେ ଏଥିପାଇଁ 10 ହଜାର ଟଙ୍କାରେ ଉଭୟଙ୍କ ମଧ୍ୟରେ ମୁଲଚାଲ ହୋଇଥିଲା । ଆଜି ସୋମନାଥ ଲାଞ୍ଚ ଟଙ୍କା ନେଉଥିବାବେଳେ ବାଲେଶ୍ବର ଓ କେନ୍ଦୁଝର ଭିଜିଲାନସ୍ ବିଭାଗ ହାତରେ ଧରା ପଡିଥିଲେ ବ୍ଲକ ଶିକ୍ଷାଧିକାରୀ ଅଭିମନ୍ୟୁ । କାର୍ଯ୍ୟାଳୟ ପରେ ଅଭିମନ୍ୟୁଙ୍କର ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଥିବା ସୂଚନା ମିଳିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ , ଇଟିଭି ଭାରତ

ABOUT THE AUTHOR

...view details