ଓଡିଶା

odisha

ETV Bharat / state

କଟକଣା ସହ ମନ୍ଦିର ଖୋଲ, ଘଣ୍ଟ ବାଡ଼େଇ ମନ୍ଦିର ସାମ୍ନାରେ ସେବାୟତଙ୍କ ପ୍ରତିବାଦ - ଆନନ୍ଦପୁର ଉପଖଣ୍ଡ ଘସିପୁରା ସ୍ଥିତ ଝାତେଶ୍ଵର ମନ୍ଦିର ଏବଂ ଦେଓଗାଁ ସ୍ଥିତ କୁଶଳେଶ୍ଵର ମନ୍ଦିର

ମନ୍ଦିର ଖୋଲିବା ସହ ସର୍ବସାଧାରଣ ଦର୍ଶନ ପାଇଁ ଦାବି କରି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଆନନ୍ଦପୁର ଉପଖଣ୍ଡ ଘସିପୁରା ସ୍ଥିତ ଝାତେଶ୍ଵର ମନ୍ଦିର ଏବଂ ଦେଓଗାଁ ସ୍ଥିତ କୁଶଳେଶ୍ଵର ମନ୍ଦିରର ପୂଜକ ମାନେ । ଅଧିକ ପଢନ୍ତୁ...

bell rang for demanding reopening of temple in anandpur
କଟକଣା ମଧ୍ୟରେ ମନ୍ଦିର ଖୋଲ, ମନ୍ଦିର ସାମ୍ନାରେ ଘଣ୍ଟ ବାଡ଼େଇ ସେବାୟତଙ୍କ ପ୍ରତିବାଦ

By

Published : Oct 7, 2020, 11:48 AM IST

ଆନନ୍ଦପୁର: ମଦ ଦୋକାନ ଖୋଲା। ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା। ସବୁଆଡେ ମାଳମାଳ ଲୋକ। ସବୁକିଛି ସ୍ବାଭାବିକ କରିବାକୁ ଉଦ୍ୟମ ଚାଲିଛି। କିନ୍ତୁ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ। ଦୀର୍ଘ 6 ମାସ ଧରି ଧର୍ମାନୁଷ୍ଠାନ ବନ୍ଦ ପଡିବା ଫଳରେ ଏହା ଉପରେ ନିର୍ଭର କରି ଚଳୁଥିବା ପୂଜକ ତଥା ଅନ୍ୟାନ୍ୟ ବର୍ଗର ପ୍ରାୟ ୫ ଲକ୍ଷରୁ ଅଧିକ ପରିବାର ବର୍ତ୍ତମାନ ଭୟାନକ ସ୍ଥିତିରେ ପହଞ୍ଚିଛନ୍ତି। ସ୍ଥିତି ଏପରି ହୋଇଛି ଯେ ପରିବାରକୁ ଗଣ୍ଡେ ଖାଇବାକୁ ଦେବାକୁ ଅର୍ଥ ନାହିଁ।

କଟକଣା ମଧ୍ୟରେ ମନ୍ଦିର ଖୋଲ, ମନ୍ଦିର ସାମ୍ନାରେ ଘଣ୍ଟ ବାଡ଼େଇ ସେବାୟତଙ୍କ ପ୍ରତିବାଦ

କେନ୍ଦ୍ର ସରକାର ଦେଶ ସାରା ଧର୍ମାନୁଷ୍ଠାନ ଖୋଲିବାକୁ ଗାଇଡଲାଇନ କରିବା ପରେ ସାରା ଦେଶରେ ବହୁ ପ୍ରତିଷ୍ଠିତ ତଥା ଛୋଟବଡ ଧର୍ମାନୁଷ୍ଠାନ ଖୋଲିବା ସହ ସ୍ବାଭାବିକ ଭାବେ କୋରୋନା ଗାଇଡଲାଇନ ଆଧାରରେ ପୂଜାର୍ଚ୍ଚନା ଚାଲିଛି କିନ୍ତୁ ଓଡିଶାରେ ଖୋଦ ଆଇନ ମନ୍ତ୍ରୀ ଧର୍ମାନୁଷ୍ଠାନ ଖୋଲିବା ନେଇ ବିଚାର କରାଯାଉଥିବା କହିବାର ଦୁଇ ମାସେ ବିତିଯାଇଥିଲେ ମଧ୍ୟ ଏ ଯାଏ କିଛି ନିଷ୍ପତ୍ତି ହୋଇନି।

ତେବେ ମନ୍ଦିର ଖୋଲିବା ସହ ସର୍ବସାଧାରଣ ଦର୍ଶନ ପାଇଁ ଦାବି କରି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଆନନ୍ଦପୁର ଉପଖଣ୍ଡ ଘସିପୁରା ସ୍ଥିତ ଝାତେଶ୍ଵର ମନ୍ଦିର ଏବଂ ଦେଓଗାଁ ସ୍ଥିତ କୁଶଳେଶ୍ଵର ମନ୍ଦିରର ପୂଜକ ମାନେ । ଏନେଇ ଆଜି(ବୁଧବାର) ସକାଳୁ ପୂଜକମାନେ ମନ୍ଦିର ସାମ୍ନାରେ ଘଣ୍ଟ ବଜାଇ ପ୍ରତିବାଦ କରିଛନ୍ତି। କୋରୋନା ପାଇଁ ମନ୍ଦିର କଟକଣା ଥିବା ବେଳେ ଭକ୍ତମାନଙ୍କର ଦର୍ଶନ ବନ୍ଦ ଥିବାରୁ ପୁଜକ ମାନେ ନାହିଁ ନଥିବା ଅସୁବିଧା ସମ୍ମୁଖିନ ହେଉଛନ୍ତି । କାରଣ ଭକ୍ତଙ୍କ ଦାନରେ ସେମାନଙ୍କର ପରିବାର ପୋଷଣ କରିଥାନ୍ତି । ତେଣୁ ବିଚାର କରି ମନ୍ଦିର ମାନଙ୍କରେ ଭକ୍ତ ଦର୍ଶନ କରିବା ପାଇଁ ଅନୁମତି ଦେବାକୁ ଦାବି ହେଉଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details