ଓଡିଶା

odisha

ETV Bharat / state

ଅଜଣା ଗାଡି ଧକ୍କାରେ ଭାଲୁ ମୃତ - ଘଟଗାଁ ରେଞ୍ଜ ଅନ୍ତର୍ଗତ ଢେଙ୍କିକୋଟ ଫରେଷ୍ଟ ସେକ୍ସନ ଖଜୁରିଜୁଆଣି

ଅଜଣା ଗାଡି ଧକ୍କାରେ ଭାଲୁ ମୃତ । ଏଭଳି ଅଘଟଣ ଘଟିଛି ଘଟଗାଁ ରେଞ୍ଜ ଅନ୍ତର୍ଗତ ଢେଙ୍କିକୋଟ ଫରେଷ୍ଟ ସେକ୍ସନ ଖଜୁରିଜୁଆଣି ନିକଟରେ । ଅଧିକ ପଢନ୍ତୁ...

ଅଜଣା ଗାଡି ଧକ୍କାରେ ଭାଲୁ ମୃତ
ଅଜଣା ଗାଡି ଧକ୍କାରେ ଭାଲୁ ମୃତ

By

Published : Apr 3, 2021, 1:30 PM IST

କେନ୍ଦୁଝର: ଗାଡି ଧକ୍କାରେ ଭାଲୁ ମୃତ । ଏଭଳି ଅଘଟଣ ଘଟିଛି ଘଟଗାଁ ରେଞ୍ଜ ଅନ୍ତର୍ଗତ ଢେଙ୍କିକୋଟ ଫରେଷ୍ଟ ସେକ୍ସନ ଖଜୁରିଜୁଆଣି ନିକଟରେ । ୨୦ ନମ୍ବର ଜାତୀୟ ରାଜପଥ ଖଜୁରିଜୁଆଣି ନିକଟରେ ଏକ ଅଜଣା ଗାଡି ଧକ୍କାରେ ଭାଲୁର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଭାଲୁକୁ ରାସ୍ତା କଡରେ ପାଇ ବନ ବିଭାଗକୁ ଗ୍ରାମବାସୀ ଜଣାଇଥିଲେ ।

ସୂଚନା ପାଇ ଜଙ୍ଗଲ ବିଭାଗ ଅଧିକାରୀ ଭାଲୁଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପୋତି ଦେଇଥିବା ଜଣାପଡ଼ିଛି । ପ୍ରକାଶ ଯେ, ଜଙ୍ଗଲରେ ସବୁଆଡେ ନିଆଁ ଲାଗି ଯାଇଥିବାରୁ ହିଂସ୍ରଜନ୍ତୁ ଜନବସତି ମୁହାଁ ହେଉଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details