ଓଡିଶା

odisha

ETV Bharat / state

ଅଜଣା ଗାଡି ଧକ୍କାରେ ଭାଲୁ ମୃତ

କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ମେସ୍କୋ ଖଣି ଅଞ୍ଚଳ ରାସ୍ତାରେ ଏକ ଅଜଣା ଗାଡି ଧକ୍କାରେ ଗୋଟିଏ ଭାଲୁର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

By

Published : Jun 8, 2021, 12:14 PM IST

ଅଜଣା ଗାଡି ଧକ୍କାରେ ଭାଲୁ ମୃତ
ଅଜଣା ଗାଡି ଧକ୍କାରେ ଭାଲୁ ମୃତ

କେନ୍ଦୁଝର:ମଣିଷ ନିଜର ସ୍ବାର୍ଥ ପାଇଁ ଜଙ୍ଗଲ ନଷ୍ଟ କରିବାରେ ଲାଗିଛି । ଦିନକୁ ଦିନ ଜଙ୍ଗଲ କ୍ଷୟ ହେବାରେ ଲାଗିଛି । ଜଙ୍ଗଲରେ ନିଆଁ ଲାଗିବା କାରଣରୁ ଅନେକ ଜଙ୍ଗଲ ଜୀବଜନ୍ତୁ ସହର ମୁହାଁ ହେବାରେ ଲାଗିଛନ୍ତି । କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ମେସ୍କୋ ଖଣି ଅଞ୍ଚଳ ରାସ୍ତାରେ ଏକ ଅଜଣା ଗାଡି ଧକ୍କାରେ ଗୋଟିଏ ଭାଲୁର ମୃତ୍ୟୁ ହୋଇଛି ।

ଅଜଣା ଗାଡି ଧକ୍କାରେ ଭାଲୁ ମୃତ

ଭାଲୁଟି ଜଙ୍ଗଲ ଛାଡି ରାସ୍ତା ଉପରକୁ ପଳାଇ ଆସିଥିଲା । ଫଳରେ ଏକ ଅଜଣା ଗାଡି ଧକ୍କାରେ ଭାଲୁଟି ଆଖି ବୁଜିଛି । ଖବର ପାଇ ଜଙ୍ଗଲ ବିଭାଗ ଭାଲୁଟିକୁ ଉଦ୍ଧାର କରିଥିବା ଜଣାପଡିଛି । ଜଙ୍ଗଲରେ ନିଆଁ ଲାଗିବାର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ ଜଙ୍ଗଲ ଜୀବଜନ୍ତୁଙ୍କ ଉପରେ ପଡୁଛି । ଫଳ ସୂରୁପ ଅନେକ ଜୀବଜନ୍ତୁ ଜଙ୍ଗଲ ଛାଡି ସହର ମୁହାଁ ହୋଇଛନ୍ତି । ଦୁର୍ଭାଗ୍ୟବଶତଃ ଗାଡି ଆଗକୁ ଆସି ଅନେକ ଜୀବଜନ୍ତୁ ପ୍ରାଣ ହରାଉଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

...view details