କେନ୍ଦୁଝର: ବାଂଶପାଳ ବ୍ଲକ ବିଡିଓଙ୍କ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟା ଜିଲ୍ଲା ପରିଷଦ ବୈଠକ ବର୍ଜନ କରିଥିଲେ । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ବିଡିଓ କ୍ଷମା ମାଗିଥିଲେ ଓ ବୈଠକ ଆରମ୍ଭ ହୋଇଥିଲା ।
ସୂଚନା ଅନୁଯାୟୀ ଗତ 8 ତାରିଖରେ ବ୍ଲକ ଉନ୍ନୟନ କାର୍ଯ୍ୟ ତଦାରଖ କରିବାକୁ କେନ୍ଦୁଝର ଜିଲ୍ଲା ପରିଷଦ ଅଧ୍ୟକ୍ଷା ବାଂଶପାଳ ଯାଇଥିଲେ। ଏହି ସମୟରେ ବାଂଶପାଳ 24 ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଅଦିତ ଦେହୁରୀ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ବିଡିଓ ମିଛ ରିପୋର୍ଟ ଦେଉଥିବା ଅଭିଯୋଗରେ ବାଂଶପାଳ ସଭ୍ୟା ଏହାର ପ୍ରତିବାଦ କରିଥିଲେ । ଏଥିରେ ବିଡିଓ ଉତ୍କ୍ଷିପ୍ତ ହୋଇ ଜିଲ୍ଲା ପରିଷଦ ସଭ୍ୟ ଅଦିତଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଳଜ କରିବା ସହ ତାଙ୍କୁ ବୈଠକରୁ ବହାରିଯିବାକୁ କହିଥିଲେ। ଏହି ସମୟରେ ନିଜେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉପସ୍ଥିତ ଥିଲେବି ବିଡିଓ ତାଙ୍କୁ ଖାତିର କରିନଥିବା ଅଭିଯୋଗ ହୋଇଛି ।