କେନ୍ଦୁଝର: ଦିନକୁ ଦିନ କୋରୋନା ମହାମାରୀ ବ୍ୟାପକ ରୂପ ନେବାରେ ଲାଗିଛି । ଏଥିରେ ଦେଶର ପ୍ରାୟ ସମସ୍ତ ରାଜ୍ୟ ଆକ୍ରାନ୍ତ ହୋଇଥିବାବେଳେ, ବାଦ ପଡିନି ଓଡିଶା । କିଛି ଦିନ ହେବ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମ ଥିବାବେଳେ, ଏବେ ଏଥିରେ ବୃଦ୍ଧି ଘଟିଛି । ଯାହାକୁ ନେଇ ଚିନ୍ତାରେ ଏବେ ସରକାରଙ୍କ ଠାରୁ ଆରମ୍ଭକରି ରାଜ୍ୟବାସୀ ।
ବର୍ତ୍ତମାନ ଏହି କୋରୋନାର ମୁକାବିଲା ପାଇଁ ବହୁ ବେସରକାରୀ ଅନୁଷ୍ଠାନ ସରକାରଙ୍କୁ ସହାୟତାର ହାତ ବଢାଇଛନ୍ତି । ରାଜ୍ୟ ସରକାରଙ୍କ ଅଧିନସ୍ଥ ଦେବୋତ୍ତର ବିଭାଗ ପକ୍ଷରୁ ବିଭିନ୍ନ ମଠ ମନ୍ଦିର ଗୁଡିକ ସହାୟତା ପ୍ରଦାନ କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ ।