ଆନନ୍ଦପୁର: ବଳଦ ଯାତ୍ରା । ଯେ କେହି ଏହି ଯାତ୍ରା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । କାରଣ ରାଜ୍ୟରେ ବିଭିନ୍ନ ଯାତ୍ରା ହେଉଥିବାବେଳେ ବଳଦ ଯାତ୍ରା ଖୁବ୍ କମ ସ୍ଥାନରେ ହୋଇଥାଏ । ଶାରଦୀୟ ଦୁର୍ଗା ପୂଜାର ବିଜୟା ଦଶମୀ ଦିନ କେନ୍ଦୁଝର କେଶଦୁରାପାଳ ଗାଁରେ ଅନୁଷ୍ଠିତ ହୋଇଛି ଏହି ନିଆରା ଯାତ୍ରା । ଏଥିରେ ଗାଁର ବଳିଷ୍ଠ ବଳଦମାନଙ୍କୁ ବିଭିନ୍ନ ବେଶ ପୋଷାକରେ ସଜ୍ଜାଯାଇ ସହର ପରିକ୍ରମା କରାଯାଏ । ଯାହା ଯାତ୍ରାକୁ ବେଶ ଆକର୍ଷଣୀୟ କରେ ।
ଏଠାରେ କାହିଁ କେଉଁ କାଳରୁ ବଳଦ ଯାତ୍ରା ପାଳନ ହେଉଛି । ବିଜୟା ଦଶମୀ ଦିନ ଗାଁର ବଳିଷ୍ଠ ବଳଦଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଏ । ପ୍ରଥମେ ବଳଦଙ୍କୁ ହଳଦୀ ପାଣିରେ ଗାଧେଇ, ସୁନ୍ଦର ବେଶ ପୋଷାକରେ ସଜାଯାଏ । ଏହାପରେ ଗାଁ ମଝିରେ ସେମାନଙ୍କୁ ପୂଜା କରାଯାଇ ବିଭିନ୍ନ ଗ୍ରାମ ପରିକ୍ରମା କରାଯାଇଥାଏ । ଏହି ଯାତ୍ରା ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲୋକଙ୍କ ଆଗମନ ହୋଇଥାଏ ।