ଆନନ୍ଦପୁର: ବାଲ ଶିକ୍ଷା ସଂସ୍ଥାନ ପକ୍ଷରୁ ଜନ୍ମାଷ୍ଟମୀ ପାଳିତ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ କନକ ମଞ୍ଜରୀ ବାଲ ଶିକ୍ଷା ସଂସ୍ଥାନ ପକ୍ଷରୁ ୩୨ତମ ଜନ୍ମାଷ୍ଟମୀ ପାଳନ କରାଯାଇଛି । ଏହି ଅବସରରେ ଶିକ୍ଷା ସଂସ୍ଥାର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଜନ୍ମାଷ୍ଟମୀ ପାଳନ କରିଛନ୍ତି ।
ଜନ୍ମାଷ୍ଟମୀରେ 50ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ରାଧାକୃଷ୍ଣ ବେଶ - ଜନ୍ମାଷ୍ଟମୀ ପାଳିତ
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ କନକ ମଞ୍ଜରୀ ବାଲ ଶିକ୍ଷା ସଂସ୍ଥାନ ପକ୍ଷରୁ ୩୨ତମ ଜନ୍ମାଷ୍ଟମୀ ପାଳନ କରାଯାଇଛି ।
![ଜନ୍ମାଷ୍ଟମୀରେ 50ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ରାଧାକୃଷ୍ଣ ବେଶ](https://etvbharatimages.akamaized.net/etvbharat/prod-images/768-512-4216534-thumbnail-3x2-kjr.jpg)
ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର
ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର
ଆଜି ଜନ୍ମାଷ୍ଟମୀ ପାଇଁ ଚାରିଆଡେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳିତ ହେଉଥିବାବେଳେ ବାଲ ଶିକ୍ଷା ସଂସ୍ଥାନ ପକ୍ଷରୁ କୁନି କୁନି ପାଲାଙ୍କୁ ରାଧାକୃଷ୍ଣ ବେଶରେ ସଜ୍ଜିତ କରାଯାଇଛି । ପ୍ରାୟ 50 ଉର୍ଦ୍ଧ ଛାତ୍ରଛାତ୍ରୀ ରାଧାକୃଷ୍ଣ ବେଶ ପ୍ରତିଯୋଗୀତାରେ ଭାଗ ନେଇଥିଲେ । ସଂସ୍ଥାନର ନିର୍ଦ୍ଦେଶକ ଛାତ୍ରଛାତ୍ରୀମାନଙ୍କୁ ଜନ୍ମାଷ୍ଟମୀ ସମ୍ବନ୍ଧରେ ଉପଦେଶ ଦେଇଥିଲେ ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ