ଓଡିଶା

odisha

ETV Bharat / state

ଭିଜିଲାନ୍ସ ପଞ୍ଝାରେ ବଡବିଲ ଏଆରଆଇ - badbil revenue office

ଜଣେ ହିତାଧିକାରୀଙ୍କ ଘର ପାଇଁ ମାପ କରିବା ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ବଡବିଲ ଏଆରଆଇ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

badbil ARI trap by vigilance
ଭିଜିଲାନ୍ସ ପଞ୍ଝାରେ ବଡବିଲ ଏଆରଆଇ

By

Published : Feb 25, 2020, 1:27 PM IST

କେନ୍ଦୁଝର: ଲାଞ୍ଚ ନେଇ ଫସିଲେ ସରକାରୀ ବାବୁ । ଘର ମାପ ପାଇଁ ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେଉଥିବା ଧରାପଡିଛନ୍ତି କେନ୍ଦୁଝର ବଡବିଲର ଏଆରଆଇ ରାମେଶ୍ବର ମାରାଣ୍ଡି ।

ଭିଜିଲାନ୍ସ ତାଙ୍କ ନିକଟରୁ 3 ହଜାର ଟଙ୍କା ଜବତ କରିଛି । ଏହାସହ ତହସିଲ କାର୍ଯ୍ୟାଳୟ ସମେତ ତାଙ୍କ ଘରେ ରେଡ୍ କରିଛି । ଜଣେ ହିତାଧିକାରୀଙ୍କ ଠାରୁ ଘର ମାପ କରିବା ପାଇଁ ସେ 3 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଖବର ପାଇ ଭିଜିଲାନ୍ସ ଟିମ୍ ଚଢାଉ କରି ତାଙ୍କୁ ଧରିବାରେ ସଫଳ ହୋଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details