କେନ୍ଦୁଝର:କୂଅରେ ପଡି ରହିଛନ୍ତି ଗଜରାଜ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ ଅଧିନ ବସନ୍ତପୁର ନଦୀଗୋଠ ଗ୍ରାମରେ । ତେବେ ଉକ୍ତ ଅଞ୍ଚଳରେ କିଛି ଦିନ ହେବ ହାତୀପଲଙ୍କ ଉପଦ୍ରବ ବଢିବାରେ ଲାଗିଛି ।
ଉଦ୍ଧାର ହେଲା ହାତୀ ଛୁଆ, ପରିବାରକୁ ଫେରାଇଲା ବନ ବିଭାଗ - champua Forest Department
କିଛି ଦିନ ଧରି ଚମ୍ପୁଆ ରେଞ୍ଜ ଅଧିନ ବସନ୍ତପୁର ନଦୀଗୋଠ ଗ୍ରାମରେ ବଢିବାରେ ଲାଗିଛି ହାତୀପଲଙ୍କ ଉପଦ୍ରବ ଚାଲିଥିବା ଦେଖିବାକୁ ମିଳିଛି । ତେବେ ହାତୀପଲ ଯାତାୟତ ସମୟରେ ଅସାବଧାନତା ଯୋଗୁଁ କୂଅକୁ ଖସିପଡିଥିଲା ଛୁଆ ହାତୀ । ଅଧିକ ପଢନ୍ତୁ...
ଉଦ୍ଧାର ହେଲା ହାତୀ ଛୁଆ, ପରିବାରକୁ ଫେରାଇଲା ବନ ବିଭାଗ
ଉଦ୍ଧାର ହେଲା ହାତୀ ଛୁଆ, ପରିବାରକୁ ଫେରାଇଲା ବନ ବିଭାଗ
ଆଉ ଏହି ହାତୀପଲ ଚଳାଚଳ କରୁଥିବା ବେଳେ ବସନ୍ତପୁର ଗ୍ରାମର ନଦୀଗୋଠ ଗ୍ରାମର ମାଧବ ନାଏକଙ୍କ କୂଅରେ ଏକ ବର୍ଷର ଛୁଆ ହାତୀ ପଡି ଯାଇଥିଲା । ତେବେ ଏହି ହାତୀ ଛୁଆଟି ପଡିଯିବା ପରେ ବନ ବିଭାଗ ଓ ଦମକଳ ବାହିନୀ ମିଶି ଛୁଆଟିକୁ ଉଦ୍ଧାର କରାଯାଇଥିଲା । ପରେ ବନ ବିଭାଗ ପକ୍ଷରୁ ହାତୀ ଛୁଆଟିକୁ ତାର ପରିବାର ସହ ଛାଡି ଦିଆଯାଇଥିବା ବନଖଣ୍ଡ ଅଧିକାରୀ ଡି.ଡି ହନୁମନ୍ତ ସୂଚନା ଦେଇଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ