ଓଡିଶା

odisha

ETV Bharat / state

ହାତୀ ଛୁଆର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ - ହାତୀ ଛୁଆ ମୃତଦେହ ଉଦ୍ଧାର

କେନ୍ଦୁଝର ସଦର ରେଞ୍ଜ ବାରବାଙ୍କ ରିଜର୍ଭ ଜଙ୍ଗଲର ଟାଙ୍ଗରବାହାଳି ଗାଁ ନିକଟ ଜଙ୍ଗଲରୁ ଏକ ମାଇ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି।

ହାତୀ ଛୁଆ ମୃତଦେହ ଉଦ୍ଧାର
ହାତୀ ଛୁଆ ମୃତଦେହ ଉଦ୍ଧାର

By

Published : Sep 11, 2020, 1:58 PM IST

କେନ୍ଦୁଝର: ହାତୀ ଛୁଆର ମୃତଦେହ ଉଦ୍ଧାର । କେନ୍ଦୁଝର ସଦର ରେଞ୍ଜ ବାରବାଙ୍କ ରିଜର୍ଭ ଜଙ୍ଗଲର ଟାଙ୍ଗରବାହାଳି ଗାଁ ନିକଟ ଜଙ୍ଗଲରୁ ଏକ ମାଇ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି । ଗାଁ ଲୋକେ ଜଙ୍ଗଲରେ ହାତୀ ଛୁଆଟିର ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।

ତେବେ ମୃତ ହାତୀଟିର ବୟସ ଚାରି ବର୍ଷ ଅନୁମାନ କରାଯାଉଥିବା ବେଳେ ବ୍ୟବଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details