କେନ୍ଦୁଝର : ସରକାର ଗରିବ ହିତାଧିକାରୀଙ୍କ ପାଇଁ ଆବାସ ଯୋଜନା କରିଛନ୍ତି । ଆଉ ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି । ହେଲେ, ଏଥିରୁ ପ୍ରକୃତ ହିତାଧିକାରୀ ବାଦ ପଡୁଥିବା ବେଳେ ଥିଲାବାଲା ଲୋକେ ଘର ହାତେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ମଛାଳ ଗାଁରୁ । ଗାଁର ଅଧିକାଂଶ ପରିବାର ଦିନମଜୁରିଆ ଓ ଦିବ୍ୟାଙ୍ଗ । କାହାର ନୂଆଁଣିଆ କୁଡିଆ ମଝିରେ ନଡିଆ ଗଡ ରହିଛି ତ କାହାର ଝାଟିମାଟି କାନ୍ଥ ଭାଙ୍ଗି ବତା ଦେଖାଯାଉଛି । ସେହିପରି ଅନେକଙ୍କ ଚାଳ ଛପର ଉଡିଯାଉଥିବା ବେଳେ ଅସ୍ଥାୟୀ ଭାବେ ସାହାରା ଦେଉଛି ଜରିପାଲ । ବର୍ଷାଦିନେ ପଲିଥିନକୁ ଆଶ୍ରା କରି ବଞ୍ଚୁଥିବା ମଛାଳ ଗ୍ରାମବାସୀଙ୍କ ଯନ୍ତ୍ରଣା ଆହୁରି ବଢିଯାଏ ।
ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁନି ଆବାସ ଯୋଜନା, ହତାଶ ମଛାଳ ଗାଁ
ଘସିପୁରା ବ୍ଲକ ମଛାଳରେ ବାଟବଣା ଆବାସ ଯୋଜନା । ଯୋଜନାରୁ ବଞ୍ଚିତ ପ୍ରକୃତ ହିତାଧିକାରୀ। ଥିଲାବାଲା ହାତଉଛନ୍ତି ପକ୍କାଘର। ଅଧିକ ପଢନ୍ତୁ....
ବାଟବଣା ଆବାସ ଯୋଜନା
ଅନ୍ୟପଟେ କିଛି ଅସାଧୁ କର୍ମଚାରୀ ଓ କୁଜିନେତାଙ୍କ ଫଳରେ ପ୍ରକୃତ ହିତାଧିକାରୀ ଚୟନରେ ଜାଲିଆତି ହେଉଥିବା ଅଭିଯୋଗ ହୋଇଛି । ତେବେ ଏନେଇ ବ୍ଲକଅଫିସରେ ଅଭିଯୋଗ ଆସିଲେ ନିଶ୍ଚିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଡିଓ । ତେବେ ତୁରନ୍ତ ତଦନ୍ତ କରାଯାଇ ଆବାସ ଯୋଜନାରୁ ବଞ୍ଚିତ ପ୍ରକୃତ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ ଇଟିଭି ଭାରତ