ଓଡିଶା

odisha

ETV Bharat / state

କେନ୍ଦୁଝରରେ ଯୁବଗୋଷ୍ଠୀଙ୍କ ମାସ୍କ ପରିଧାନ ସଚେତନତା କାର୍ଯ୍ୟକ୍ରମ - ମାସ୍କ ପିନ୍ଧିବା ପାଇଁ ସଚେତନତା କାର୍ଯ୍ୟକ୍ରମ

କେନ୍ଦୁଝର ଜିଲ୍ଲାରେ ମାସ୍କ ପିନ୍ଧିବା ପାଇଁ କିଛି ଯୁବଗୋଷ୍ଠୀ ଲୋକମାନଙ୍କୁ ସଚେତନ କରାଇଛନ୍ତି । ଅଧିକ ପଢନ୍ତୁ...

କେନ୍ଦୁଝରରେ ଯୁବଗୋଷ୍ଠୀଙ୍କ ମାସ୍କ ପରିଧାନ ସଚେତନତା କାର୍ଯ୍ୟକ୍ରମ
କେନ୍ଦୁଝରରେ ଯୁବଗୋଷ୍ଠୀଙ୍କ ମାସ୍କ ପରିଧାନ ସଚେତନତା କାର୍ଯ୍ୟକ୍ରମ

By

Published : Apr 11, 2021, 12:34 PM IST

କେନ୍ଦୁଝର: ରାଜ୍ୟରେ କୋରୋନା ସଂକ୍ରମଣରେ ବୃଦ୍ଧି ଘଟିଥିବା ବେଳେ ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଦୃଢ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଲୋକଙ୍କୁ ସଚେତନ କରାଇବା ପାଇଁ ଆଗେଇ ଆସିଛନ୍ତି ଯୁବଗୋଷ୍ଠୀ । ତେବେ ସେମାନେ ଜିଲ୍ଲାବାସୀଙ୍କୁ ମାସ୍କ ପରିଧାନ ପାଇଁ ସଚେତନ କରାଇଛନ୍ତି ।

କେନ୍ଦୁଝରରେ ଯୁବଗୋଷ୍ଠୀଙ୍କ ମାସ୍କ ପରିଧାନ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲାକୁ ଦେଖାଦେଇଛି କୋରୋନାର ଦ୍ବିତୀୟ ଲହରୀ । ଏହି କୋରୋନାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ସହ କଡା ପଦକ୍ଷେପ ଗ୍ରହଣ କରାଯାଉଛି । ଲୋକମାନଙ୍କୁ ମାସ୍କ ପରିଧାନ ପାଇଁ ପ୍ରଶାସନ ପକ୍ଷରୁ ଜୋର ଦିଆଯାଉଛି । ତଥାପି କିଛି ଅମାନିଆ ଏହି ନିୟମକୁ ମାନୁ ନାହାନ୍ତି । ଏଥିଲାଗି ଲୋକମାନଙ୍କୁ ସଚେତନ କରାଇବା ପାଇଁ ଆଗେଇ ଆସିଛ୍ତି ଯୁବଗୋଷ୍ଠୀ । ସହରରେ ମାସ୍କ ପରିଧାନ ପାଇଁ ସେମାନେ ଲୋକମାନଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି । ଇଣ୍ଡିଆନ ବାଇ ବାର୍ଥ ନାମକ ସ୍ୱେଚ୍ଛାସେବୀ ସଂଗଠନର ସ୍ୱେଚ୍ଛାସେବୀମାନେ ସ୍ଥାନୀୟ ଲାବଣ୍ୟ ଛକ ନିକଟରେ ମାଗଣା ମାସ୍କ ବଣ୍ଟନ କରିଥିଲେ ।

ଯେଉଁ ଯାତ୍ରୀମାନେ ମାସ୍କ ପରିଧାନ କରିନଥିଲେ ତାଙ୍କୁ ସ୍ୱେଚ୍ଛାସେବୀମାନେ ମାସ୍କ ପିନ୍ଧାଇଥିବା ଦେଖିବାକୁ ମିଳିଥିଲା । ରବିବାର ସହରରେ ସଂଗଠନ ପକ୍ଷରୁ ଦୁଇ ହଜାରରୁ ଊର୍ଦ୍ଧ୍ବ ମାସ୍କ ବଣ୍ଟନ କରାଯାଇଥିଲା । ଆଗାମୀ ଦିନରେ ଏଭଳି ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details