କେନ୍ଦୁଝର: କୋରୋନା ମହାମାରୀ ପାଇଁ ଦେଶରେ ଲକ ଡାଉନ । ଏହି ଲକ ଡାଉନ ପାଇଁ କାମଧନ୍ଦା ଛାଡି ଲୋକେ ଘରେ ବସି ରହିଛନ୍ତି। ଵିଶେଷ କରି ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ଆଦିବାସୀ ମାନେ ସେମାନଙ୍କ ସଂଗୃହୀତ ଲଘୁବନଜାତ ଦ୍ରବ୍ୟ ବିକ୍ରିବଟା କରି ପାରୁନାହାନ୍ତି ।
ତୃତୀୟ ପର୍ଯ୍ୟାୟ ଲକ ଡାଉନ ସାମନ୍ୟ କୋହଳ ପରେ ଏହି ଲଘୁ ବନଜାତ ଦ୍ରବ୍ୟ ବିକ୍ରି ଆଶା ବଡ଼ିଛି । ଏଥିପାଇଁ ଆଦିବାସୀ ଉନ୍ନୟନ ସଂସ୍ଥା ଏହି ଲଘୁବନଜାତ ଦ୍ରବ୍ୟର ଦର ନିର୍ଧାରଣ କରିଛି । ଗାଁ ଗାଁ ବୁଲି ଏହି ଦର କୁ ଜଣାଇବା ପାଇଁ ଏକ ସଚେତନତା ରଥକୁ ଶୁଭାରମ୍ଭ କରିଛି ।