ଓଡିଶା

odisha

ETV Bharat / state

'ଗୁଣାତ୍ମକ ଶିକ୍ଷାଦାନ ଓ ଅନୁସନ୍ଧାନର କେନ୍ଦ୍ରବିନ୍ଦୁ ହେବ ଧରଣୀଧର ବିଶ୍ଵବିଦ୍ୟାଳୟ' - ଧରଣୀଧର ବିଶ୍ଵବିଦ୍ୟାଳୟ ଭିତ୍ତିଭୂମୀ ଉନ୍ନତି

ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ମିଳିଲା ବିଶ୍ୱବିଦ୍ୟାଳୟର ମାନ୍ୟତା । ବିଶ୍ବବିଦ୍ୟାଳୟର ରୂପରେଖ ଓ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

ବଦଳିବ ଧରଣୀଧର ବିଶ୍ଵବିଦ୍ୟାଳୟ ରୂପରେଖ
ବଦଳିବ ଧରଣୀଧର ବିଶ୍ଵବିଦ୍ୟାଳୟ ରୂପରେଖ

By ETV Bharat Odisha Team

Published : Aug 25, 2023, 8:11 PM IST

Updated : Aug 25, 2023, 9:52 PM IST

'ଗୁଣାତ୍ମକ ଶିକ୍ଷାଦାନ ଓ ଅନୁସନ୍ଧାନର କେନ୍ଦ୍ରବିନ୍ଦୁ ହେବ ଧରଣୀଧର ବିଶ୍ଵବିଦ୍ୟାଳୟ'

କେନ୍ଦୁଝର: ବିଶ୍ବବିଦ୍ୟାଳୟର ମାନ୍ୟତା ପରେ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ବିଶ୍ବବିଦ୍ୟାଳୟର କାର୍ଯ୍ୟସୂଚୀ ନେଇ ପ୍ରେସ୍‌ମିଟ୍‌ କଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ତେବେ ୧ ଜୁନ ୨୦୨୩ରୁ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଭାବେ ସ୍ବୀକୃତି ମିଳିଥିଲା । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତିରେ ପ୍ରକାଶ କରିଥିଲା । ନୂତନ ବିଶ୍ବିଦ୍ୟାଳୟର ଓଏସଡି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପ୍ରଫେସର ଡ. ପ୍ରତାପ କୁମାର ମହାନ୍ତିଙ୍କୁ ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ସରକାର ନିଯୁକ୍ତି ଦେଇଛନ୍ତି ।

ଧରଣୀଧର ବିଶ୍ଵବିଦ୍ୟାଳୟ ଘୋଷଣା ପରେ ଆଜି ପ୍ରଥମ ସାମ୍ବାଦିକ ସମ୍ମିଳନୀ ବିଶ୍ଵବିଦ୍ୟାଳୟ ପକ୍ଷରୁ ଆୟୋଜିତ ହୋଇଥିଲା । ବିଶ୍ବବିଦ୍ୟାଳୟର ପ୍ରଥମ ଓଏସଡି ଡ ପ୍ରତାପ କୁମାର ମହାନ୍ତି ବିଶ୍ଵବିଦ୍ୟାଳୟର ନୂତନ ରୂପରେଖ ସମ୍ପର୍କରେ ବିଶଦ ସୂଚନା ପ୍ରଦାନ କରିଥିଲେ । ଆଗାମୀ ଦିନରେ ନୂତନ ଧରଣୀଧର ବିଶ୍ଵବିଦ୍ୟାଳୟ ଗୁଣାତ୍ମକ ଶିକ୍ଷାଦାନ ଓ ଅନୁସନ୍ଧାନର କେନ୍ଦ୍ରବିନ୍ଦୁ ହେବ ବୋଲି ଡ. ପ୍ରତାପ କୁମାର ମହାନ୍ତି ପ୍ରକାଶ କରିଥିଲେ ।

ଅଧିକ ପଢନ୍ତୁ: ଛାତ୍ରଛାତ୍ରୀଙ୍କ ଫିଡବ୍ୟାକ ପ୍ରସଙ୍ଗ: ଏଣିକି ଅଧ୍ୟାପକମାନେ ସଚେତନ ହେବେ କହିଲେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି

ଓଏସଡି ଡ. ପ୍ରତାପ କୁମାର ମହାନ୍ତି କହିଛନ୍ତି, "ନୂତନ ବିଶ୍ୱାବିଦ୍ୟାଳୟ ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ନେଇ ରାଜ୍ୟ ସରକାରଙ୍କ ସହ ପ୍ରଥମ ପର୍ଯ୍ୟାୟ ଆଲୋଚନା ସରିଛି । ସ୍ଵଂୟଶାସିତ ମହାବିଦ୍ୟାଳୟରେ ଆଗରୁ କେବଳ ୪ଟି ପିଜି ବିଭାଗ ଥିବା ବେଳେ ପ୍ରଥମେ ୧୩ଟି ପିଜି ବିଭାଗ ଖୋଲିବା ପାଇଁ ପ୍ରସ୍ତୁତି କରାଯାଉଛି । ବର୍ତ୍ତମାନ ବିଶ୍ଵବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ, ଯୁକ୍ତ ତିନି ଓ ପିଜି ବିଭାଗରେ ପାଞ୍ଚ ହଜାରରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ୭୬ ଜଣ ଅଧ୍ୟାପକ ଅଛନ୍ତି । ଆଗାମୀ ଦିନରେ ଅଧ୍ୟାପକଙ୍କ ସଂଖ୍ୟା ବଢାଇବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହାସହ ବିଶ୍ବବିଦ୍ଯାଳୟ ଅଧିନରେ କେନ୍ଦୁଝର ଜିଲ୍ଲାର ୩୯ଟି ମହାବିଦ୍ୟାଳୟ ଅନୁବନ୍ଧିତ ହୋଇଥିବା ବେଳେ ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରାଯିବ ।"

ଅଧିକ ପଢନ୍ତୁ: କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ, ଆଦିବାସୀ ଭାଷାରେ ପାଠ୍ୟକ୍ରମ ନେଇ ଦେଲେ ଆଭାସ

ସରକାର ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଅନୁଯାୟୀ କେନ୍ଦୁଝରରେ ଧରଣୀଧର ବିଶ୍ୱବିଦ୍ୟାଳୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେବୃୟାରୀ ୧୩ ତାରିଖରେ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ଘୋଷଣା ୬ମାସ ପରେ ଧରଣୀଧର ବିଶ୍ୱବିଦ୍ୟାଳୟ ନେଇ ବିଧିବଦ୍ଧ ଭାବେ ଅଧିସୂଚନା ଜୁନ ୧ ତାରିଖରେ ପ୍ରକାଶ ପାଇଥିଲା ।

ଇଟିଭି ଭାରତ, କେନ୍ଦୁଝର

Last Updated : Aug 25, 2023, 9:52 PM IST

ABOUT THE AUTHOR

...view details