ଓଡିଶା

odisha

ETV Bharat / state

ବଡ଼ବିଲ ପୌର ଅଧିକାରୀଙ୍କୁ ନିଆଁ ଲଗାଇ ହତ୍ୟା ଉଦ୍ୟମ - କେନ୍ଦୁଝର ହତ୍ୟା ଉଦ୍ୟମ

Attempt to murder Municipality Executive Officer: ଜମି ବିବାଦକୁ ନେଇ ପୌର ଅଧିକାରୀଙ୍କ ଉପରେ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ । ଅଧିକ ପଢନ୍ତୁ

ବଡବିଲ ପୌର ଅଧିକାରୀଙ୍କୁ ନିଆଁ ଲଗାଇ ହତ୍ୟା ଉଦ୍ୟମ
ବଡବିଲ ପୌର ଅଧିକାରୀଙ୍କୁ ନିଆଁ ଲଗାଇ ହତ୍ୟା ଉଦ୍ୟମ

By ETV Bharat Odisha Team

Published : Jan 9, 2024, 7:41 AM IST

ବଡବିଲ ପୌର ଅଧିକାରୀଙ୍କୁ ନିଆଁ ଲଗାଇ ହତ୍ୟା ଉଦ୍ୟମ

କେନ୍ଦୁଝର:ଜମିଜମା ବିବାଦକୁ ନେଇ ବଡ଼ବିଲ ପୌର ନିର୍ବାହୀ ଅଧିକାରୀଙ୍କୁ ହତ୍ୟା ଉଦ୍ୟମ । କେନ୍ଦୁଝର ଜିଲ୍ଲା ଦିନକୁ ଦିନ ଅଶାନ୍ତ ହେବାକୁ ଲାଗିଛି । କେଉଁଠାରେ ଦିନ ଦ୍ବିପ୍ରହରେ ଚୋରି ଡ଼କାୟତି ଘଟଣା ଘଟୁଥିବା ବେଳେ କେଉଁଠି ହତ୍ୟାକାଣ୍ଡ ବୋମାମାଡ ହେଉଛି । ସୋମବାର ସନ୍ଧ୍ୟାରେ ବଡ଼ବିଲଠାରେ ପୌର ନିର୍ବାହୀ ଅଧିକାରୀଙ୍କ ଉପରେ ପେଟ୍ରୋଲ ଢାଳି ଜୀବନରୁ ମାରି ଦେବାକୁ ଉଦ୍ୟମ କରାଯାଇଛି । ଯାହାକୁ ନେଇ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାସ୍ଥଳରେ ଉପସ୍ଥିତ ଲୋକେ ଅଭିଯୁକ୍ତ ଯୁବକକୁ କାବୁ କରିବା ସହ ପୋଲିସର ଜିମା ଦେଇଛନ୍ତି । ଏଥିରେ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ତେବେ ଅଭିଯୁକ୍ତ ଯୁବକ ଜଣକ ଅଭିଷେକ ଗୁପ୍ତା ବୋଲି ପରିଚୟ ମିଳିଛି ।

ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟାରେ ଅଭିଷେକ ଗୁପ୍ତା ନାମକ ଜଣେ ବ୍ୟକ୍ତି ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କୁ ଭେଟିବା ପାଇଁ ଆସିଥିଲେ । ଅଭିଷେକଙ୍କ ଘର ସମ୍ମୁଖ ସରକାରୀ ଜମିରେ କିଛି ଲୋକ ଦୋକାନ ଘର କରିଥିଲେ । ଏହି ଦୋକାନ ଘର ଉଚ୍ଛେଦ କରିବା ନେଇ ଅଭିଷେକ ବାରମ୍ବାର ପୌର ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ । କିନ୍ତୁ ସେହି ଦୋକାନ ଘରଗୁଡିକୁ ଉଚ୍ଛେଦ କରାନଯିବା ଫଳରେ ସେ ଅସନ୍ତୁଷ୍ଟ ଥିଲେ । ହେଲେ ଆଜି ପୌର ନିର୍ବାହୀ ଅଧିକାରୀଙ୍କୁ ଭେଟିବା ପାଇଁ ଆସିଥିବା ବେଳେ ହଠାତ ସେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା କର୍ମଚାରୀମାନେ ତାଙ୍କୁ ବାକୁ କରିଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ । ତେବେ ଖବର ପାଇ ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଷେକ ଗୁପ୍ତାଙ୍କୁ ହେପାଜତକୁ ନେଇଥିଲା ।

ଏହା ମଧ୍ୟ ପଢନ୍ତୁ...ରାଜଧାନୀରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ, ଖଣ୍ଡାରେ ଗୋଡାଇ ଗୋଡାଇ ହାଣିଲେ

ଏହା ମଧ୍ୟ ପଢନ୍ତୁ...ଗାଁ ମଝିରେ ଯୁବକଙ୍କୁ ପିଟିପିଟି ହତ୍ୟା, ଗୋଟିଏ ପରିବାରର 6 ଅଟକ

ଅନ୍ୟପଟେ ପୌର ଅଧିକାରୀ ଅଭିଷେକ ପଣ୍ଡା ବର୍ତ୍ତମାନ ସୁସ୍ଥ ଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏନେଇ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ଅଭିଷେକ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଜିଲ୍ଲାରେ ଅପରାଧିକ କାର୍ଯ୍ୟକଳାପ ବଢୁଥିବା ସହ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details