ଓଡିଶା

odisha

ETV Bharat / state

ବୈଠକ ସମୟରେ ମହିଳାଙ୍କ ଉପରକୁ ମଦ ବେପାରୀ ସମର୍ଥକଙ୍କ ଆକ୍ରମଣ - ବୈଠକ ସମୟରେ ମହିଳାଙ୍କ ଉପରକୁ ଆକ୍ରମଣ

ଆନନ୍ଦପୁର ଉପଖଣ୍ଡରେ ମଦ ବିରୋଧୀ ଆନ୍ଦୋଳନର ମଙ୍ଗ ଧରିଥିବା ଦଧିବାମନପୁର ଅଞ୍ଚଳର ମହିଳାଙ୍କ ଉପରକୁ ଢେଲାମାଡ । ଅଧିକ ପଢନ୍ତୁ...

anandapur
ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

By

Published : Dec 18, 2019, 11:31 AM IST

ଆନନ୍ଦପୁର: କେନ୍ଦୁଝରର ଆନନ୍ଦପୁର ଉପଖଣ୍ଡରେ ବିଭିନ୍ନ ଅଞ୍ଚଳରେ ଦୀର୍ଘଦିନ ଧରି ମହିଳାଙ୍କ ଦ୍ବାରା ମଦବିରୋଧୀ ଆନ୍ଦୋଳନ ଜାରି ରହିଛି । ହେଲେ ନୀରବ ଦ୍ରଷ୍ଟା ସାଜିଛି ଅବକାରୀ ଓ ପୋଲିସ ବିଭାଗ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ସୂଚନା ମୁତାବକ, ଦିର୍ଘ ଦିନ ଧରି ମଦ ବିରୋଧୀ ଆନ୍ଦୋଳନର ମଙ୍ଗ ଧରିଥିବା ଦଧିବାମନପୁର ଅଞ୍ଚଳର ମହିଳା ମାନେ ପୂର୍ବରୁ ଆନ୍ଦୋଳନ କରି ଜାତିଆଣ ମାମଲାରେ ଜେଲ ଯାଇଥିଲେ । ଜେଲରୁ ଆସିବା ପରେ ଗତକାଲି ସନ୍ଧ୍ୟାରେ ସେମାନେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଗାଁର କିଛି ବରିଷ୍ଠ ମାନଙ୍କ ସହ ବୈଠକ କରୁଥିବା ବେଳେ କିଛି ମଦ ବେପାରୀଙ୍କ ସମର୍ଥକ ସଭା ଉପରକୁ ଢେଲାମାଡ଼ କରିଥିଲେ ।

ଏଥିରେ ଦୁଇ ଜଣ ମହିଳା ଓ ଜଣେ ପୁରୁଷ ଆହତ ହୋଇଛନ୍ତି । ଆହତ ମହିଳା ଦୁଇ ଜଣଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଚୋରା ମଦ ବେପାରୀକୁ ପ୍ରଶାସନ ପ୍ରୋତ୍ସାହନ ଦେଉଥିବାର ବାରମ୍ବାର ଅଭିଯୋଗ ହେଉଥିବା ବେଳେ ପ୍ରଶାସନିକ ଅଧିକାରୀ ମାନେ ଏଦିଗରେ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details