ଓଡିଶା

odisha

ETV Bharat / state

ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ - anandpur power department executive engineer

କେନ୍ଦୁଝର ଆନନ୍ଦପୁରରେ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

ବକେୟା ଶୁଳ୍କ ଆଦାୟବେଳେ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀକୁ ମରଣାନ୍ତକ ଆକ୍ରମଣ
ବକେୟା ଶୁଳ୍କ ଆଦାୟବେଳେ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀକୁ ମରଣାନ୍ତକ ଆକ୍ରମଣ

By

Published : Dec 29, 2020, 7:29 PM IST

ଆନନ୍ଦପୁର: ବକେୟା ଶୁଳ୍କ ଆଦାୟବେଳେ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । କେନ୍ଦୁଝର ଆନନ୍ଦପୁର ଅଣା ଛକ ନିକଟରେ ଆଜି(ମଙ୍ଗଳବାର) ଏହି ଅମାନବୀୟ କାଣ୍ଡ ଘଟିଛି । ଗୁରୁତର ଅବସ୍ଥାରେ ନିର୍ବାହୀ ଯନ୍ତ୍ରୀ ଚିତ୍ତରଞ୍ଜନ ମିସ୍ତ୍ରୀଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ଯନ୍ତ୍ରୀଙ୍କ ପକ୍ଷରୁ ନନ୍ଦିପଦା ଥାନାରେ ଏକ ଏତଲା ଦାୟର ହୋଇଛି । ସେପଟେ ଅଭିଯୁକ୍ତ ଏହି ଘଟଣା ଭିଆଇ କୁଆଡେ ଫେରାର ହୋଇଯାଇଛି ।

ବକେୟା ଶୁଳ୍କ ଆଦାୟବେଳେ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀକୁ ମରଣାନ୍ତକ ଆକ୍ରମଣ

ସୂଚନା ମୁତାବକ, ବିଦ୍ୟୁତ ଶୁଳ୍କ ପୈଠ କରି ନଥିବା ଉପଭୋକ୍ତାଙ୍କ ଠାରୁ ଶୁଳ୍କ ଆଦାୟ ତଥା ଶୁଳ୍କ ନଦେଲେ ବିଦ୍ୟୁତ କାଟ କରିବାକୁ ଆଜି ନିଜ ସହକର୍ମୀଙ୍କ ସହ ହାଟଡିହି ବ୍ଲକ ଯାଇଥିଲେ ନିର୍ବାହୀ ଯନ୍ତ୍ରୀ ଚିତ୍ତରଞ୍ଜନ ମିସ୍ତ୍ରୀ । ଅଣା ଛକ ନିକଟରେ ଘନଶ୍ୟାମ ମହାପାତ୍ର 3 ବର୍ଷ ହେଲା ବିଦ୍ୟୁତ ଶୁଳ୍କ ଦେଉ ନଥିବାରୁ ତାଙ୍କ ବିଦ୍ୟୁତ କାଟ କରିବାକୁ କହିଥିଲେ । ଏନେଇ ଘନଶ୍ୟାମଙ୍କ ପୁଅ ଅନିଲ ଏକ କାଠ ଫାଳିଆରେ ନିର୍ବାହୀ ଯନ୍ତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା ।

ଘଟଣାସ୍ଥଳରେ କିଛି ଲୋକ ଉପସ୍ଥିତ ଥିଲେ ମଧ୍ୟ କାହା କଥା ନମାନି ଅଭିଯୁକ୍ତଟି ଚିତ୍ତରଞ୍ଜନଙ୍କ ଡାହାଣ ହାତରେ କାଠ ଫାଳିଆରେ ପ୍ରଚଣ୍ଡ ପ୍ରହାର କରିଥିଲା । ଫଳରେ ସେ ତଳେ ପଡିଯାଇ ଚିତ୍କାର କରିଥିଲେ । ଏହାପରେ ତାଙ୍କ ମୁଣ୍ଡକୁ ମଧ୍ୟ କାଠ ଫାଳିଆରେ ଆଉ ଥରେ ମାଡ ମାରିଥିଲା । କୌଣସି ମତେ ନିର୍ବାହୀ ଯନ୍ତ୍ରୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିବାକୁ ଛାନଭିନ ଆରମ୍ଭ କରିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details