ଆନନ୍ଦପୁର: ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଗ୍ରାମ ଉନ୍ନୟନ ସହକାରୀ ଯନ୍ତ୍ରୀ ସୁବଳ ପଣ୍ଡା । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀ ବାସଭବନ ସମେତ ଏକକାଳୀନ ୯ଟି ଜାଗାରେ ଭିଜିଲାନ୍ସ ପକ୍ଷରୁ ରେଡ ଚାଲିଛି।
ଗ୍ରାମ ଉନ୍ନୟନ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ
ଆନନ୍ଦପୁରର ଗ୍ରାମ ଉନ୍ନୟନ ସହକାରୀ ଯନ୍ତ୍ରୀ ସୁବଳ ପଣ୍ଡାଙ୍କ ଘରେ ଭିଜିଲାନ୍ସ ରେଡ । ଅଧିକ ପଢନ୍ତୁ..
ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର
ଆନନ୍ଦପୁର ସ୍ଥିତ ସରକାରୀ ବାସଗୃହରେ କଟକ ଭିଜିଲାନ୍ସର ୧୦ ଜଣିଆ ଦଳ ଚଢାଉ ଜାରି ରଖିଛନ୍ତି । ଯନ୍ତ୍ରୀ ସୁବଳ ପଣ୍ଡାଙ୍କ ପୈତୃକ ଘର ମାହାଙ୍ଗା ସମେତ ରାଉରକେଲା, ଭୁବନେଶ୍ବର ଓ ସାକ୍ଷୀଗୋପାଳରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ ଜାରି ରହିଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ
TAGGED:
ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ