ଓଡିଶା

odisha

ETV Bharat / state

ଦୁଇଦିନିଆ କେନ୍ଦୁଝର ଗ୍ରସ୍ତରେ ବିଧାନସଭା ଷ୍ଟାଣ୍ଡି କମିଟି - Asembly standing commite

ବିଧାନସଭାର ସାତ ନମ୍ବର ଷ୍ଟାଣ୍ଡି କମିଟି କେନ୍ଦୁଝର ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରଦୀପ ଅମାତଙ୍କ ଅଧ୍ୟ କ୍ଷତାରେ ଷ୍ଟାଣ୍ଡି କମିଟିରେ ପାଞ୍ଚ ଜଣିଆ ସଦସ୍ୟ ଜଙ୍ଗଲ, ଖଣି, ପରିବହନ ଆଦି ବିଭାଗର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ।

keunjhara
keunjhara

By

Published : Dec 17, 2019, 2:21 PM IST

କେନ୍ଦୁଝର: ଦୁଇ ଦିନିଆ କେନ୍ଦୁଝର ଗ୍ରସ୍ତରେ ଅଛନ୍ତି ବିଧାନସଭାର ଷ୍ଟାଣ୍ଡି କମିଟି ସଦସ୍ୟ । ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଉକ୍ତ କମିଟିରେ ପାଞ୍ଚ ଜଣିଆ ସଦସ୍ୟ ଆସିଛନ୍ତି । ପ୍ରଥମେ କମିଟି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦରବାରହଲ ଠାରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ଜଙ୍ଗଲ, ଖଣି, ପରିବହନ ଆଦି ବିଭାଗର କମିଟିର ସଦସ୍ୟମାନେ ବିଷଦ ସମୀକ୍ଷା କରିଥିଲେ ।

ଦୁଇଦିନିଆ କେନ୍ଦୁଝର ଗ୍ରସ୍ତରେ ବିଧାନସଭା ଷ୍ଟାଣ୍ଡି କମିଟି..

ଖଣି ଦ୍ବାରା ପ୍ରଭାବିତ ଅଞ୍ଚଳର ବିକାଶ ସହ ଖଣି ଗୁଡିକଠାରୁ ରାଜସ୍ବ ଆଦାୟ ନେଇ ସମୀକ୍ଷା କରିଥିଲେ । ଜଙ୍ଗଲ ବିଭାଗ ଦ୍ଵାରା ନୂତନ ଜଙ୍ଗଲ ସୃଷ୍ଟି ସହ ପ୍ରାଣୀଙ୍କଦ୍ବାରା ଫସଲ ନଷ୍ଟ ଓ ବନ୍ୟପ୍ରାଣୀଙ୍କ ମୃତ୍ୟୁ ନେଇ ସମୀକ୍ଷା ମଧ୍ୟ କରିଥିଲେ ଷ୍ଟାଣ୍ଡି କମିଟି ।

ସ୍ବାଧିନତା ପୂର୍ବରୁ କେନ୍ଦୁଝର ଜିଲ୍ଲାରେ ଗଢି ଉଠିଥିବା ଶିଳ୍ପାନୁଷ୍ଠାନକୁ ପୁନରୁଦ୍ଧାର କରିବା ଉପରେ ଜୋରଦେବା ସହ ଆଗାମୀ ଦିନରେ ବେକାରୀ ସମସ୍ୟା ଦୂର ହେବ ବୋଲି ପ୍ରଦୀପ ଅମାତ ସମୀକ୍ଷା ପରେ ପ୍ରକାଶ କରିଛନ୍ତି ।


କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details