କେନ୍ଦୁଝର: କିଛି ମାସର ନୀରବତା ପରେ ପୁଣି ଦୈତାରୀ ମାଇନ୍ସ ହିଲଟପ ଓ୍ବେବ୍ରିଜ ପାଖରେ ଏକ ଚଳନ୍ତା ଭଲବୋ ଗାଡ଼ି ଉପରକୁ କୌଣସି ଦୁବୃର୍ତ୍ତ ତୀରମାଡ କରିଥିବା ଜଣାପଡିଛି । ତେବେ ଏଥିରେ କେହି କ୍ଷତାକ୍ତ ହୋଇ ନଥିବା ଜଣାପଡିଛି ।
ଚଳନ୍ତା ଗାଡି ଉପରକୁ ଦୁବୃର୍ତ୍ତଙ୍କ ତୀରମାଡ ଅଭିଯୋଗ ଖବର ଅନୁଯାୟୀ, ତୀର ଗୁଡିକ କୌଣସି ଲୋକଙ୍କ ଦେହରେ ବାଜି ନଥିବା ବେଳେ ଅଳ୍ପକେ ଖସିଯାଇ ସିଧାସଳଖ ଗାଡି ମଧ୍ୟରେ ବାଜିଛି । ଦୈତାରୀ ଥାନା ଅଧିକାରିଣୀ ଛୁଟିରେ ଥିବାରୁ ଘଟଣା ସମ୍ପର୍କରେ ଖବର ପାଇ ଘଟଗାଁ ଏଡିପିଓ ରବିନ୍ଦ୍ର ମଲ୍ଲିକ ଓ ଦୈତାରୀ ଥାନା ଏଏସଆଇ ବୈଲୋଚନ ସିଂହ ସହ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛନ୍ତି ।
ଏହି ଘଟଣାରେ ଏପର୍ଯନ୍ତ କାହାକୁ ଗିରଫ କରାଯାଇ ନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଥାଉକି, ଗତବର୍ଷ 2019 ଅକ୍ଟୋବର ୨୨ ତାରିଖ ଦିନ ଦୈତାରୀ ମାଇନ୍ସରେ ଦୁବୃର୍ତ୍ତମାନଙ୍କ ଦ୍ଵାରା ଚଳନ୍ତା ବସ ଉପରକୁ ତୀରମାଡ ହୋଇଥିଲା ।
ଯାହାଫଳରେ ତୀରଟି ଜଣେ କର୍ମଚାରୀଙ୍କ ପେଟରେ ବାଜିଥିଲା । ତାହାର ୫ଦିନ ପରେ ପୁଣି ମାଇନ୍ସରେ ଲାଗିଥିବା ଏକ ବୋଲେରୋ ଉପରକୁ ପଥର ମାଡ଼ ହୋଇଥିଲା । ଘଟଣାର କିଛିଦିନ ପରେ ଦୈତାରୀ ପୋଲିସ ୩ଜଣ ଦୁବୃର୍ତ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପୋଲିସ ତଦନ୍ତ ପରେ କିଏ କେଉଁ କାରଣରୁ ତୀର ମାଡ଼ କରିଥିଲେ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚମା ଦିଆଯାଇଛି ।
କେନ୍ଦୁଝରରୁ ସନ୍ତୋଶ କୁମାର ମହାପାତ୍ର, ଇଟିଭି ଭାରତ