ଓଡିଶା

odisha

By

Published : Oct 13, 2019, 11:40 PM IST

ETV Bharat / state

ସାନ ଭାଇର ତୀର ମାଡରେ ବଡ ଭାଇ ଗୁରୁତର

ଝଗଡ଼ାରୁ ବଡ଼ ଭାଇକୁ ତୀର ମାରିଲା ସାନ ଭାଇ । ତୀରଟି ଛାତିରେ ପଶିଯାଇଥିବା ବେଳେ ଗୁରୁତର ଅବସ୍ଥାରେ କେନ୍ଦୁଝର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଘଟଗାଁ ଥାନା ଅନ୍ତର୍ଗତ ପିପିଲିଆ ନିକଟସ୍ଥ କାଳିଆବେଡାରେ ସାନ ଭାଇର ତୀର ମାଡରେ ବଡ଼ ଭାଇ ଗୁରୁତର । ସାନ ଭାଇ ଶୁକ୍ରା ମୁଣ୍ଡା ଭାଉଜ ସହ ଝଗଡା କରିଥିଲା । କଳହ ଅଧିକ ହେବାରୁ ଭାଉଜକୁ ତୀର ମାରି ଥିବା ସମୟରେ ସାମ୍ନାକୁ ଚାଲି ଆସିଥିଲା ବଡ଼ ଭାଇ ବାବୁଲା ମୁଣ୍ଡା ।

ସାନ ଭାଇର ତୀର ମାଡ଼ରେ ବଡ଼ ଭାଇ ଗୁରୁତର

ଘଟଣାରେ ବଡ଼ ଭାଇର ବାମ ପଟ ଛାତିରେ ତୀର ପଶି ଯାଇଥିବା ବେଳେ ଭୟରେ କେହି ସମ୍ମୁଖକୁ ଆସି ନଥିଲେ । ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ବାବୁଲାକୁ ଆଣାଯାଇଥିବା ବେଳେ ବର୍ତ୍ତମାନ ଚିକିତ୍ସା ଚାଲୁ ରହିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details