ଓଡିଶା

odisha

ETV Bharat / state

ନିଟ ପରୀକ୍ଷାରେ ଅନୁଭବଙ୍କ କୃତିତ୍ବ, ସମ୍ବର୍ଦ୍ଧିତ କଲେ ବିଧାୟକ - କେନ୍ଦୁଝର ସାଇଁକୁଳ ଗାଁର ଅନୁଭବ ଚକ୍ର

କେନ୍ଦୁଝର ସାଇଁକୁଳ ଗାଁର ଅନୁଭବ ଚକ୍ର ନିଟରେ ଅତି ଭଲ ସଫଳତା ହାସଲ କରିଥିବା ନେଇ ବିଧାୟକ ବଦ୍ରିନାରାୟଣ ପାତ୍ର ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଅଧିକ ପଢନ୍ତୁ...

ନିଟ ପରୀକ୍ଷାରେ ଅନୁଭବଙ୍କ କୃତିତ୍ବ, ସମ୍ବର୍ଦ୍ଧିତ କଲେ ବିଧାୟକ
ନିଟ ପରୀକ୍ଷାରେ ଅନୁଭବଙ୍କ କୃତିତ୍ବ, ସମ୍ବର୍ଦ୍ଧିତ କଲେ ବିଧାୟକ

By

Published : Oct 21, 2020, 9:37 AM IST

ଆନନ୍ଦପୁର: ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା(ନିଟ)ରେ କେନ୍ଦୁଝର ଜିଲ୍ଲା ସାଇଁକୁଳ ଗାଁର ଅନୁଭବ ଚକ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୭୨୦ ମାର୍କ ରୁ ୬୮୫ ମାର୍କ ରଖି ସେ ଜିଲ୍ଲା ତଥା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।

ନିଟ ପରୀକ୍ଷାରେ ଅନୁଭବଙ୍କ କୃତିତ୍ବ, ସମ୍ବର୍ଦ୍ଧିତ କଲେ ବିଧାୟକ

ସାଇଁକୁଳ ଗ୍ରାମର ବସନ୍ତ କୁମାର ଚକ୍ର ଏବଂ ସଞ୍ଜୁକ୍ତା ଚକ୍ରଙ୍କ ପୁଅ ଅନୁଭବ। ଯାଜପୁର ରୋଡ ସ୍ଥିତ ଜେମସ ପବ୍ଲିକ ସ୍କୁଲରେ ଦଶମ ଶ୍ରେଣୀ ପାଠ ପଢି ଭଳ ମାର୍କ ରଖିଥିଲାବେଳେ । ସଫଳତା ପାଇଁ ଭଗବାନ ଓ ପିତାମାତା, ଶିଷକ, ଦାଦା କ୍ଷିରୋଦ କୁମାର ଚକ୍ରଙ୍କ ତାଙ୍କ ପାଠପଢାରେ ପ୍ରମୁଖ ଅବଦାନ ରହିଛି ବୋଲି ଅନୁଭବ କହିଛନ୍ତି।

ତେବେ ଅନୁଭବଙ୍କ ଏପରି ସଫଳତାରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details