କେନ୍ଦୁଝର: ସିଲେଇ ଶିଖୁଛନ୍ତି ମହିଳା ଓ ଯୁବତୀ । ବେଶ ସୁରୁଖୁରରେ ଚାଲିଛି କାମ । ଭଳିକି ଭଳି ଡିଜାଇନର ବ୍ଲାଉଜ, କୁର୍ତ୍ତି, ସଲୱାର, ପ୍ୟାଣ୍ଟ ଆଦି ମାଗଣାରେ ଶିଖିବା ସହ ତିଆରି କରୁଛନ୍ତି ସଭିଏଁ । ଆଉ ଏହି ଶିକ୍ଷା ଦିଅନ୍ତି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅଳତୀ ଗାଁର ଅଙ୍କୁର ସାହୁ । ଜଣେ ଦିବ୍ୟାଙ୍ଗ ହୋଇ ବି ଗତ 40 ବର୍ଷ ଧରି ନିଜେ ସିଲେଇ କାମ କରିବା ସହ ଶତାଧିକ ମହିଳାଙ୍କୁ ବିନା ପାରଶ୍ରମିକରେ ସିଲେଇ ପ୍ରଶିକ୍ଷଣ ଦେଇ ସ୍ବାବଲମ୍ବୀ କରି ପାରିଛନ୍ତି । ଆଖପାଖ ବିଭିନ୍ନ ଗାଁର ମହିଳା ଓ ଯୁବତୀମାନେ ଏଠାରେ ବର୍ଷ ବର୍ଷ ଧରି ସିଲେଇ ଶିଖୁଛନ୍ତି । ଯେଉଁଥି ପାଇଁ ସେମାନେ ବି ବେଶ୍ ଖୁସି ।
ମହିଳାଙ୍କୁ ସ୍ବାବଲମ୍ବୀ କରି ଚର୍ଚ୍ଚାରେ ଅଙ୍କୁର ସାହୁ - special story
ଜଣେ ଦିବ୍ୟାଙ୍ଗଙ୍କର ନିଆରା ପ୍ରୟାସ । ସରକାରୀ ଚାକିରି ପଛରେ ନଗୋଡାଇ ନିଜେ ରୋଜଗାର କରିବା ସହ ଶତାଧିକ ମହିଳାଙ୍କୁ ରୋଜଗାରକ୍ଷମ କରି ପାରିଛନ୍ତି । ଗତ 40 ବର୍ଷ ଧରି ନିଜେ ସିଲେଇ କାମ କରିବା ସହ ଶତାଧିକ ମହିଳାଙ୍କୁ ବିନା ପାରଶ୍ରମିକରେ ସିଲେଇ ପ୍ରଶିକ୍ଷଣ ଦେଇ ସ୍ବାବଲମ୍ବୀ କରି ପାରିଛନ୍ତି ।
ମହିଳାଙ୍କୁ ସ୍ବାବଲମ୍ବୀ କରି ଚର୍ଚ୍ଚାରେ ଅଙ୍କୁର ସାହୁ
ଅଭାବ ଅନଟନ ହେଉ ଅବା ଅକ୍ଷମତା, ଏସବୁ ଅଙ୍କୁରଙ୍କ ଉନ୍ନତିରେ ପ୍ରତିବନ୍ଧକ ସାଜି ପାରିନାହିଁ । ବରଂ ଏ ସବୁ ସହ ଲଢ଼ି ସେ ସୃଷ୍ଟି କରି ପାରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ...
ଆନନ୍ଦପୁରର ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ