ଓଡିଶା

odisha

ETV Bharat / state

ପ୍ରେରଣାଦାୟୀ ଦମୟନ୍ତୀ: ସକାଳେ ଭବିଷ୍ୟତଙ୍କ ହାତଧରି ପଢାନ୍ତି ପାଠ, ଦିନରେ ଚୁଡି ହାତରେ ଚଲାଉଛନ୍ତି ଅଟୋ - କେନ୍ଦୁଝର ଖବର

ଜିଦ୍, ଜୁନୁନ ଆଉ କିଛି କରିବାର ଜୋସ ପାଇଁ ସେ ଆଜି ସଭିଁଙ୍କ ପ୍ରେରଣା । ସକାଳେ କାଲିର ଭବିଷ୍ୟତଙ୍କ ହାତଧରି ପାଠ ଶିଖାଉଛନ୍ତି । ଦିନରେ ଚୁଡି ହାତରେ ଅଟୋ ହ୍ୟାଣ୍ଡେଲ ଧରି ପରିବାରର ଉନ୍ନତି ଆଉ ବିକାଶ ପାଇଁ ନିଜକୁ ସଳିତାର ବତୀ ପରି ଜାଳୁଛନ୍ତି । ସେ ହେଲେ ସ୍ୱାବଲମ୍ବୀ ଦମୟନ୍ତୀ । ଯିଏ ଅନ୍ୟମାନଙ୍କ ପାଇଁ ନିଆରା ଉଦାହରଣ ପାଲଟିଛନ୍ତି । ପେଶାରେ ଅଙ୍ଗନବାଡ଼ି କର୍ମୀ । ହେଲେ ପରିବାରର ଆର୍ଥିକ ବୋଝ ହାଲୁକା କରିବାକୁ ଅଟୋ ଚଳାଉଛନ୍ତି । ଅଧିକ ପଢନ୍ତୁ

ପ୍ରେରଣାଦାୟୀ ଦମୟନ୍ତୀ : ଅଟୋ ଚାଳକ ଅଙ୍ଗନବାଡୀ କର୍ମୀ
ପ୍ରେରଣାଦାୟୀ ଦମୟନ୍ତୀ : ଅଟୋ ଚାଳକ ଅଙ୍ଗନବାଡୀ କର୍ମୀ

By

Published : Dec 13, 2021, 8:30 PM IST

କେନ୍ଦୁଝର:ମହିଳା ହେଉଛନ୍ତି ସ୍ବାବଲମ୍ବୀ । ପୁରୁଷ ସହ କାନ୍ଧରେ କାନ୍ଧ ମିଶାଇ ଆଗକୁ ବଢୁଛନ୍ତି ମହିଳା । କେନ୍ଦୁଝର ସହର ଦଶ ନମ୍ବର ୱାର୍ଡର ମଣ୍ଡୁଆ ଗାଁର ଅଙ୍ଗନବାଡ଼ି କର୍ମୀ ଦମୟନ୍ତୀ ନାଏକ । ଦମୟନ୍ତୀ ପେଶାରେ ଜଣେ ଅଙ୍ଗନବାଡ଼ି କର୍ମୀ ହୋଇଥିବା ବେଳେ ଅଧିକ ଅର୍ଥ ରୋଜଗାର ପାଇଁ ଅଟୋ ଚଳାଇବାକୁ ଘରୁ ଗୋଡ଼ କାଢ଼ିଛନ୍ତି ସେ ।



ବଡ଼ଡେରାରେ ଅଙ୍ଗନବାଡ଼ି କର୍ମୀ ଭାବେ ସେ କାର୍ଯ୍ୟ ତୁଲାଉଛନ୍ତି । ଅଙ୍ଗନବାଡ଼ିରେ ହେଉଥିବା କାର୍ଯ୍ୟକୁ ସେ ସ୍ବଚାରୁ ରୂପେ ତୁଲାଇଥାନ୍ତି । ବର୍ତ୍ତମାନ କୋରୋନା କଟକଣା ପାଇଁ ଶିଶୁଙ୍କୁ ପଢ଼ାଇବା ବନ୍ଦ ରହିଛି । କିନ୍ତୁ ଶିଶୁଙ୍କ ଖାଦ୍ୟ ଯୋଗାଣ, ଟୀକାକରଣ, ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ସହ ସରକାରଙ୍କ ଯୋଜନା ସଠିକ ରୂପାୟନ ଆଦି କାର୍ଯ୍ୟକୁ ପାଳନ କରିଥାନ୍ତି ଦମୟନ୍ତୀ । ନିଜ କର୍ତ୍ତବ୍ୟରେ ସେ କେବେବି ହେଳା କରନ୍ତିନି ।

ପ୍ରେରଣାଦାୟୀ ଦମୟନ୍ତୀ : ଅଟୋ ଚାଳକ ଅଙ୍ଗନବାଡୀ କର୍ମୀ

ଅଙ୍ଗନବାଡ଼ି କାର୍ଯ୍ୟରେ ତାଙ୍କୁ ମିଳୁଥିବା ମାସିକ ବେତନ ତାଙ୍କ ପରିବାର ଭରଣ ପୋଷଣରେ ସଠିକ ସହାୟ ହେଇ ପାରୁନାହିଁ । ସ୍ୱାମୀ ଟେଲରିଂ କାର୍ଯ୍ୟ କରୁଛନ୍ତି । ହେଲେ କୋରୋନା କଟକଣା ପାଇଁ ତାଙ୍କ ବ୍ୟବସାୟ ମଧ୍ୟ ଠିକ ଭାବେ ଚାଲୁ ନାହିଁ । ଏପଟେ ଦୁଇ ପୁଅଙ୍କ ପାଠପଢା ବୋଝ ମଧ୍ୟ ଦମୟନ୍ତୀଙ୍କ ଉପରେ । ଅଙ୍ଗନବାଡ଼ି ର ସ୍ୱଳ୍ପ ବେତନରେ ପରିବାର ପ୍ରତିପୋଷଣ କରିବା ସମ୍ଭବ ହେଉନଥିବା ପ୍ରକାଶ କରିଛନ୍ତି ଦମୟନ୍ତୀ । ସେଥିପାଇଁ ଅଙ୍ଗନବାଡ଼ି କାର୍ଯ୍ୟ ସରିଲା ପରେ ଅନ୍ୟ ସମୟର ସଦୂପଯୋଗ କରିବାକୁ ଚିନ୍ତା କରିଥିଲେ ଦମୟନ୍ତୀ । ଲୋନ କରି ଏକ ଯାତ୍ରୀବାହୀ ଅଟୋ କିଣି ନିଜେ ଚଳାଇବାକୁ ମନସ୍ଥ କରିଥିଲେ ଦମୟନ୍ତୀ ।

ସକାଳେ ଓ ସନ୍ଧ୍ୟା ସମୟରେ ଅନ୍ୟ ସମସ୍ତ କାର୍ଯ୍ୟ ସମ୍ପାଦନ କରି ଅଟୋ ଧରି ଘରୁ ବାହାରି ଯାଆନ୍ତି ଦମୟନ୍ତୀ । ପୁରୁଷ ପ୍ରଧାନ୍ୟ ଅଟୋ ବ୍ୟବସାୟରେ ମହିଳା ଭାବେ ସେ ପାଦ ଥାପିବାରୁ ନିଜକୁ ଗର୍ବ ଅନୁଭବ କରିଥାନ୍ତି । ଏହି ଅଟୋ ଚଳାଇ ପରିବାର ପାଇଁ ବେଶ କିଛି ଅଧିକ ଅର୍ଥ ଉପାର୍ଜନ କରି ପାରୁଥିବା କହିଛନ୍ତି ଦମୟନ୍ତୀ । ସେ ଅନ୍ୟ ମହିଳାଙ୍କୁ ଏହି ଅଟୋ ଚାଳନା ଶିଖାଇବା ସହ ସ୍ୱାବଲମ୍ବୀ ଭାବେ ଗଢି ତୋଳିବାକୁ ଆଶା ରଖିଛନ୍ତି । ଦମୟନ୍ତୀ ଅନ୍ୟ ମହିଳାଙ୍କ ପାଇଁ ସ୍ୱାବଲମ୍ବନର ଅନନ୍ୟ ଉଦାହରଣ ବୋଲି ସ୍ୱଚ୍ଛାସେବୀ ମତବ୍ୟକ୍ତ କରିଛନ୍ତି।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details