ଓଡିଶା

odisha

ETV Bharat / state

ଆସୁନାହାଁନ୍ତି ଦିଦି: ଅଙ୍ଗନବାଡିରେ ତାଲା ପକାଇଲେ ମହିଳା - ଅଙ୍ଗନବାଡ଼ି କର୍ମୀ

ଅଙ୍ଗନବାଡ଼ି କର୍ମୀଙ୍କ ଅନୁପସ୍ଥିତି ନେଇ ଅଙ୍ଗନବାଡିରେ ତାଲା ପକାଇଲେ ମହିଳା । ସରକାର ବିଭିନ୍ନ ଯୋଜନା କରି ମାତୃ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଦେଇ ହୃଷ୍ଟପୃଷ୍ଟ କରାଇବା ପାଇଁ ଦାୟିତ୍ବ ନେଇଥାଏ ଅଙ୍ଗନବାଡି । ଜାଣନ୍ତୁ ପୁରା ଖବର...

ଆସୁନାହାଁନ୍ତି ଦିଦି; ଅଙ୍ଗନବାଡିରେ ତାଲା ପକାଇଲେ ମହିଳା
ଆସୁନାହାଁନ୍ତି ଦିଦି; ଅଙ୍ଗନବାଡିରେ ତାଲା ପକାଇଲେ ମହିଳା

By

Published : Jan 25, 2020, 2:23 PM IST

କେନ୍ଦୁଝର: ଅଙ୍ଗନବାଡ଼ି କର୍ମୀଙ୍କ ଅନୁପସ୍ଥିତି ନେଇ ଅଙ୍ଗନବାଡିରେ ତାଲା ପକାଇଲେ ମହିଳା । ସରକାର ବିଭିନ୍ନ ଯୋଜନା କରି ମାତୃ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଦେଇ ହୃଷ୍ଟପୃଷ୍ଟ କରାଇବା ପାଇଁ ଦାୟିତ୍ବ ନେଇଥାଏ ଅଙ୍ଗନବାଡି । ମାତ୍ର କର୍ମୀ କିନ୍ତୁ ତାଙ୍କର କାର୍ଯ୍ୟ ଠିକ ଭାବରେ ତୁଲାଉନଥିବା ପୂର୍ବରୁ ମଧ୍ୟ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ପ୍ରଶାସନ କିନ୍ତୁ ଏହାକୁ କର୍ଣ୍ଣପାତ କରିନଥିଲା ।

ଦଶଦିନ ହେବ କର୍ମୀ ଅଙ୍ଗନବାଡିକୁ ନ ଆସିବାରୁ ଗ୍ରାମବାସୀ, ଅଭିଭାବକ ଓ ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟମାନେ ଆଉ ଏଭଳି ଅବହେଳାକୁ ବରଦାସ୍ତ କରିନଥିଲେ । ଫଳରେ ଶନିବାର ଏକତ୍ରିତ ହୋଇ ଅଙ୍ଗନବାଡିରେ ପହଞ୍ଚି ତାଲା ପକାଇ ଦେଇଥିଲେ ।

ଆସୁନାହାଁନ୍ତି ଦିଦି; ଅଙ୍ଗନବାଡିରେ ତାଲା ପକାଇଲେ ମହିଳା

ସୂଚନା ଅନୁଯାୟୀ ସଦର ବ୍ଲକଡିମ୍ବ ଗ୍ରାମରେ ଥିବା ୨ନମ୍ବର ଅଙ୍ଗନବାଡି କେନ୍ଦ୍ରରେ ଆଜକୁ ଦଶଦିନ ହେବ କର୍ମୀ ଆସୁନାହାଁନ୍ତି । ସବୁଦିନେ ଛୋଟ ଶିଶୁ, ଗର୍ଭବତୀ ମହିଳା ଓ ଅଭିଭାବକ ଫେରି ଯାଉଥିଲେ । କିନ୍ତୁ ଗ୍ରାମବାସୀ ଆଉ ସହ୍ୟ କରିପାରିନଥିଲେ ।

ପ୍ରଥମେ ପାଚିକାକୁ ଡାକି ଶିଶୁଙ୍କୁ ଖାଦ୍ୟ ଦେବାପାଇଁ କହିଥିଲେ ମହିଳା । ମାତ୍ର ପାଚିକାଙ୍କୁ ଦିଦି ରୋଷେଇ ସାମଗ୍ରୀ ଦେଇନଥିବା କହି ଦୋକାନରୁ ଆଣି ଛୁଆଙ୍କୁ ଖାଇବାକୁ ଦେଇଥିଲେ । ଯାହାକୁ ନେଇ ଉତକ୍ଷିପ୍ତ ହୋଇ ଶେଷରେ ଅଙ୍ଗନବାଡିରେ ତାଲା ପକାଇଥିଲେ ମହିଳା ।

ଅନ୍ୟପଟେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀଙ୍କୁ ଏ ବାବଦରେ ପଚାରିବାରୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details