ଓଡିଶା

odisha

ETV Bharat / state

ରାଷ୍ଟ୍ରୀୟ ଜନଜାତି ଆୟୋଗର ସଦସ୍ୟ ଅନନ୍ତ ନାଏକଙ୍କ ଜନ ଅଭିଯୋଗ ଶୁଣାଣି

ଜନ ଅଭିଯୋଗ ଶୁଣାଣି କରିଛନ୍ତି ରାଷ୍ଟ୍ରୀୟ ଜନଜାତି ଆୟୋଗର ସଦସ୍ୟ ଅନନ୍ତ ନାଏକ । କାଶିଆ, ଝାଡଗାଁ ଓ ଭୁଶଗାଁର ଲୋକଙ୍କ ଅଭିଯୋଗର ଶୁଣାଣି କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

By

Published : Jul 8, 2021, 3:44 PM IST

ରାଷ୍ଟ୍ରୀୟ ଜନଜାତି ଆୟୋଗର ସଦସ୍ୟ ଅନନ୍ତ ନାଏକଙ୍କ ଜନ ଅଭିଯୋଗ ଶୁଣାଣି
ରାଷ୍ଟ୍ରୀୟ ଜନଜାତି ଆୟୋଗର ସଦସ୍ୟ ଅନନ୍ତ ନାଏକଙ୍କ ଜନ ଅଭିଯୋଗ ଶୁଣାଣି

କେନ୍ଦୁଝର: ରାଷ୍ଟ୍ରୀୟ ଜନଜାତି ଆୟୋଗର ସଦସ୍ୟ ଅନନ୍ତ ନାଏକଙ୍କ ଜନ ଅଭିଯୋଗ ଶୁଣାଣି ହୋଇଛି । କେନ୍ଦୁଝର ଜିଲ୍ଲା ବଡ଼ବିଲ ତହସିଲରେ ପ୍ରସ୍ତାବିତ ବାଇପାସ ରାସ୍ତା ଦ୍ୱାରା ପ୍ରଭାବିତ ହେଉଥିବା କାଶିଆ, ଝାଡଗାଁ ଓ ଭୁଶଗାଁର ଲୋକଙ୍କ ଅଭିଯୋଗର ଶୁଣାଣି କରିଛନ୍ତି ରାଷ୍ଟ୍ରୀୟ ଜନଜାତି ଆୟୋଗର ସଦସ୍ୟ ଅନନ୍ତ ନାଏକ ।

ରାଷ୍ଟ୍ରୀୟ ଜନଜାତି ଆୟୋଗର ସଦସ୍ୟ ଅନନ୍ତ ନାଏକଙ୍କ ଜନ ଅଭିଯୋଗ ଶୁଣାଣି

ଆୟୋଗର ଉପନିର୍ଦ୍ଦେଶକ ରାକେଶ କୁମାର ଦୁବେ, ସହକାରୀ ନିର୍ଦ୍ଦେଶକ ଭି. ଅଶୋକ ବର୍ଦ୍ଧନ, କମିଶନଙ୍କ ବ୍ୟକ୍ତିଗତ ସଚିତ ପିକେ ପରିଡା, ବ୍ୟକ୍ତିଗତ ସହାୟକ ବିବି ବିଶ୍ୱାଳ, ଅଧିକାରୀ ଦୀପକ କୁମାର ପଲାଇ ଓ ରାଜ୍ୟ ଅଧିକାରୀ ଏବଂ ଆୟୋଗର ସଦସ୍ୟ ନାଏକ ଜନ ଅଭିଯୋଗ ଶୁଣିବା ପାଇଁ ଏଠାକୁ ଆସିଥିଲେ । ଶୁଣାଣି ସମୟରେ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ ଯେ, ପ୍ରସ୍ତାବିତ ବାଇପାସ ଦ୍ୱାରା ଉକ୍ତ ୩ଟି ଗାଁର ଗୋଟିଏ ମଶାଣୀ, ଦୁଇଟି ଧାର୍ମିକ ସ୍ଥଳ, ଗୋଟିଏ ସ୍କୁଲ ଓ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଉଚ୍ଛେଦ ହେବ ।

କିନ୍ତୁ ଏହାକୁ ଏଡାଇବା ପାଇଁ ଗ୍ରାମବାସୀ ପ୍ରସ୍ତାବିତ ରାସ୍ତା ପାଇଁ ଏକ ବିକଳ୍ପ ରୁଟ ଦେଖାଇଥିଲେ । ଏହା ଦ୍ୱାରା ରାସ୍ତାର ଦୈର୍ଘ୍ୟ ମଧ୍ୟ ୧ କିଲୋମିଟର ହ୍ରାସ ପାଇବ ବୋଲି ସେମାନେ କହିଥିଲେ । କମିଶନ ସେମାନଙ୍କ ଅଭିଯୋଗ ଶୁଣିବା ସହ ପ୍ରଭାବିତ ସ୍ଥାନ ଗୁଡିକ ବୁଲି ଦେଖିଥିଲେ । ଏନେଇ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ କମିଶନ ସଦସ୍ୟ ପ୍ରତିଶ୍ରୁତି ଦେଇଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details