ଆନନ୍ଦପୁର: ବୟସ ମାତ୍ର 3ବର୍ଷ । ଏଯାଏଁ ସ୍କୁଲ ମାଟି ମାଡି ନାହାଁନ୍ତି । ଖେଳିବା ବୁଲିବା ବୟସରେ ସେ 4ଶହରୁ ଊର୍ଦ୍ଧ୍ବ ଦେଶ ବିଦେଶ ସମ୍ପର୍କରେ ସାଧାରଣ ଜ୍ଞାନ ନିର୍ଭୁଲ ଭାବେ ଆବୃତ୍ତି କରି ପାରୁଛନ୍ତି । ଛୋଟ ଝିଅର ଏପରି ଧୀଶକ୍ତିରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ପରିବାର । ଆଗକୁ ଡାକ୍ତର ହୋଇ ମାଗଣାରେ ରୋଗୀ ସେବା କରିବାର ସ୍ବପ୍ନ ଦେଖିଛନ୍ତି ସ୍ମୃତିମୟୀ । ତେବେ ଚାଲନ୍ତୁ ଦେଖିବା ସ୍ମୃତିମୟୀଙ୍କ ସ୍ମୃତିଶକ୍ତିର କମାଲ୍ ।
କେନ୍ଦୁଝରର କୁନିପ୍ରତିଭା ସ୍ମୃତିମୟୀ । ଘର ଆନନ୍ଦପୁର ବ୍ଲକର ପଞ୍ଚୁପଲ୍ଲୀ ଗାଁ । ଏମିତି ପ୍ରତିଭା ଦେଖି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ । ବିଭିନ୍ନ ଭାଷାରେ ବାପା ଶାନ୍ତନୁଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି ସ୍ମୃତିମୟୀ । ସ୍କୁଲ୍ ଯାଇ ନଥିବା ସ୍ମୃତିମୟୀ, ମାତ୍ର 3ବର୍ଷ ବୟସରେ 4ଶହରୁ ଊର୍ଦ୍ଧ୍ବ ଦେଶ ବିଦେଶ ସମ୍ପର୍କିତ ସାଧାରଣ ଜ୍ଞାନର ଉତ୍ତର ନିର୍ଭୁଲ ଭାବେ କହି ପାରୁଛନ୍ତି । ନାଚଗୀତରେ ରୁଚି ରଖୁଥିବା ସ୍ମୃତିମୟୀ ଇଂରାଜୀ ଏବଂ ଓଡିଆରେ ବିଭିନ୍ନ ବହି ନିର୍ଭୁଲ ଭାବେ ପଢି ପାରୁଛନ୍ତି ।