ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୧ ହଜାର ଟଙ୍କା ଦେଲେ ସତସଙ୍ଗ କେନ୍ଦ୍ର ସଦସ୍ୟ

ବର୍ତ୍ତମାନର କୋରୋନା ସଙ୍କଟରେ ସହାୟତାର ହାତ ବଢାଇଛନ୍ତି ଆନନ୍ଦପୁର ସତସଙ୍ଗ କେନ୍ଦ୍ର ସଦସ୍ୟ । ଶନିବାର ଏହାର ସଦସ୍ୟ ମିଶି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୧ହଜାର ଟଙ୍କା ଦାନ କରିଛନ୍ତି । ଅଧିକ ପଢନ୍ତୁ..

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ୫୧ହଜାର ଟଙ୍କା ଦେଲେ ସତସଙ୍ଗ କେନ୍ଦ୍ର ସଦସ୍ୟ
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ୫୧ହଜାର ଟଙ୍କା ଦେଲେ ସତସଙ୍ଗ କେନ୍ଦ୍ର ସଦସ୍ୟ

By

Published : Sep 12, 2020, 7:20 PM IST

ଆନନ୍ଦପୁର: ସାମ୍ପ୍ରତିକ ପରିସ୍ଥିତିରେ ଅର୍ଥନୀତି ଗଭୀର ଭାବେ ବାଧାପ୍ରାପ୍ତ ହୋଇଛି । ଏଥିଯୋଗୁଁ ଗରିବ ଶ୍ରେଣୀର ଲୋକମାନେ ଅଧିକ ଗୁରୁତର ସ୍ଥିତିରେ ଗତି କରୁଛନ୍ତି । ଏପରି ସ୍ଥିତିରେ କୋରୋନା ଭଳି ସଙ୍କଟର ମୁକାବିଲା ଓ ଲୋକଙ୍କୁ ଆର୍ଥିକ ସହାୟତା ପାଇଁ ଯୋଜନା କରୁଛନ୍ତି ସରକାର ।

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ୫୧ହଜାର ଟଙ୍କା ଦେଲେ ସତସଙ୍ଗ କେନ୍ଦ୍ର ସଦସ୍ୟ

ଏସବୁକୁ ଦୃଷ୍ଟିରେ ରଖି ରଖି କିଛି ବଦାନ୍ୟ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଏହି କ୍ରମରେ ଶନିବାର ଆନନ୍ଦପୁର ସତସଙ୍ଗ ବିହାର ପକ୍ଷରୁ ଆନନ୍ଦପୁର ଉପଜିଲ୍ଲାପାଳ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ୫୧୦୦୦ ଟଙ୍କାର ଚେକ ପ୍ରଦାନ କରାଯାଇଛି।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details