ଓଡିଶା

odisha

By

Published : Feb 19, 2021, 7:16 AM IST

ETV Bharat / state

ଅର୍ଥାଭାବରୁ ଶଯ୍ୟାସାୟୀ କାଠିଆ, ସରକାରୀ ସହାୟତା ପାଇଁ ଦାବି

ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ସରକାରୀ ସହାୟତା ପାଇଁ ଦାବି କଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

ଅର୍ଥାଭାବରୁ ସଯ୍ୟାସାୟୀ ଯୁବକ, ସରକାରୀ ସହାୟତା ପାଇଁ ଦାବି
ଅର୍ଥାଭାବରୁ ସଯ୍ୟାସାୟୀ ଯୁବକ, ସରକାରୀ ସହାୟତା ପାଇଁ ଦାବି କଲେ ଗ୍ରାମବାସୀ

ଆନନ୍ଦପୁର: ଗରିବ ଅସହାୟ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାରଙ୍କ ଅନେକ ଯୋଜନାରେ ପାଣିପରି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏବେବି କିଛି ଅସହାୟ ତଥା ଆର୍ଥିକ ପଛୁଆ ବର୍ଗର କିଛି ବ୍ୟକ୍ତି ମୌଳିକ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥିବା ଘଟଣା ସାମ୍ନାକୁ ଆସୁଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ପଥରପଦା ଗ୍ରାମରେ । ଗ୍ରାମର କାଠିଆ ପେରେଇଙ୍କ ପରିବାରର ଏବେ ସ୍ବାସ୍ଥ୍ୟସେବାରୁ ବଞ୍ଚିତହୋଇ ଦୁର୍ଦ୍ଦିନରେ ଦିନ କାଟୁଥିବା ଦେଖିବାକୁ ମିଳିଛି । ପରିବାରର ମୁରବି କାଠିଆ କିଡ଼ନୀ ଜନିତ ରୋଗରେ ଶଯ୍ୟାଶାୟୀ ହୋଇ ପଡିଥିବାବେଳେ ପରିବାର ଚଳେଇବା କଷ୍ଟକର ହୋଇପଡିଛି ।

ଅର୍ଥାଭାବରୁ ସଯ୍ୟାସାୟୀ ଯୁବକ, ସରକାରୀ ସହାୟତା ପାଇଁ ଦାବି

ଘଟଣାନୁଯାୟୀ ଘଷିପୁରା ବ୍ଲକ ପଥରପଦା ଗ୍ରାମର କାଠିଆ 3 ଝିଅ ସ୍ତ୍ରୀ ବାପମାକୁ ନେଇ ଡ୍ରାଇଭର ଭାବେ କାମ କରି ଆସୁଥିବାବେଳେ ଦୁଇ ବର୍ଷ ତଳେ ଦେହ ଖରାପ ହୋଇଥିଲା । ପରେ ତାଙ୍କର କିଡନୀ ଜନିତ ରୋଗଥିବା ଜଣାପଡିଥିଲା । ଚିକିତ୍ସାରେ ଅର୍ଥାଭାବରୁ ସେ ବର୍ତ୍ତମାନ ଘରେ ଶଯ୍ୟାସାୟୀ ହୋଇପଡିଛନ୍ତି । ଫଳରେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ପରିବାର ବର୍ତ୍ତମାନ ଅସହାୟ ହୋଇପଡିଛନ୍ତି । ଗରିବ ଅସହାୟ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ସରକାରଙ୍କ ଅନେକ ଯୋଜନା କରି ରାଜ୍ୟ ରାଜକୋଷରୁ ବହୁ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏଭଳି ସ୍ଥିତିରେ କାଠିଆକୁ ସହାୟତା କରିବାକୁ ଗ୍ରାମବାସୀମାନେ ଦାବି କରୁଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details