ଆନନ୍ଦପୁର: କୋଭିଡ୍ କାଳରେ କେଇଦିନ ତଳେ ସରକାର ରାଜ୍ଯରେ କାର୍ଯ୍ଯରତ ସାମ୍ବାଦିକଙ୍କୁ ଆଗଧାଡିର କରୋନା ଯୋଦ୍ଧା ମାନ୍ଯତା ଦେଲେ । ହେଲେ ଦିନ କେଇଟା ନପୁରୁଣୁ ପୁରୀ ଠାରେ ଜଣେ କର୍ତ୍ତବ୍ଯରତ ସାମ୍ବାଦିକଙ୍କୁ ପୋଲିସ୍ ଯେଭଳି ଭାବେ ଅତ୍ଯାଚାର କଲା, ତାକୁ ଘୋର ବିରୋଧ କରିଛି ଆନନ୍ଦପୁର ପ୍ରେସ କ୍ଲବ୍ ।
ପୁରୀ ସାମ୍ବାଦିକଙ୍କୁ ମାଡ ଘଟଣା, ଆନନ୍ଦପୁର ପ୍ରେସ କ୍ଲବର ବିରୋଧ - ସାମ୍ବାଦିକଙ୍କୁ ମାଡ ଆନନ୍ଦପୁର ପ୍ରେସ କ୍ଲବର ବିରୋଧ
ପୁରୀ ଠାରେ ଜଣେ କର୍ତ୍ତବ୍ଯରତ ସାମ୍ବାଦିକଙ୍କୁ ପୋଲିସ୍ ଯେଭଳି ଭାବେ ଅତ୍ଯାଚାର କଲା ତାକୁ ଘୋର ବିରୋଧ କରିଛି ଆନନ୍ଦପୁର ପ୍ରେସ କ୍ଲବ୍ । ଅଧିକ ପଢନ୍ତୁ...
ପୁରୀ ସାମ୍ବାଦିକଙ୍କୁ ମାଡ ଘଟଣା, ଆନନ୍ଦପୁର ପ୍ରେସ କ୍ଲବର ବିରୋଧ
ପ୍ରେସ କ୍ଲବର ସଦସ୍ଯମାନେ ଆଜି ଏକତ୍ରିତ ହୋଇ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଘଟଣାର ନିରପେକ୍ଷ ଯାଞ୍ଚ କରିବା ସହ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡ ବ୍ଯବସ୍ଥା ପାଇଁ ଦାବି କରିଛନ୍ତି ।ଏଥିସହ ସାମ୍ବାଦିକଙ୍କ ପାଇଁ ସ୍ବତନ୍ତ୍ର ଆଇନ୍ ପାଇଁ ଦାବି ଜୋର ଧରିଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ