ଆନନ୍ଦପୁର: ଗତ 3 ଦିନ ଧରି ବୈତରଣୀ ନଦୀର ଜଳସ୍ତର ଆନନ୍ଦପୁର ଠାରେ ବିପଦ ସଂକତ ତଳେ ପ୍ରବାହିତ ହେଉଛି । ବୈତରଣୀ ନଦୀରେ ବନ୍ୟା ଆସିବା ଫଳରେ ଏବେବି ହାଟଡିହି ବ୍ଲକର 20 ରୁ ଉର୍ଦ୍ଧ୍ବ ଗାଁ ପାଣି ଘେରରେ ଥିବା ବେଳେ ଘସିପୁରା ବ୍ଲକର 5 ଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇରହିଛି । ବ୍ୟାପକ ଚାଷଜମି ଜଳମଗ୍ନ ହୋଇଛି ।
ପ୍ରଶାସନ ବନ୍ୟା ପୀଡିତଙ୍କ ନିକଟରେ ପହଞ୍ଚିବା ସହ ସେମାନଙ୍କୁ ଶୁଖିଲା ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିବା କହିଛନ୍ତି ଆନନ୍ଦପୁର ଉପଜିଲ୍ଲାପାଳ । ଆନନ୍ଦପୁର ଠାରେ ବୈତରଣୀ ନଦୀର ଜଳସ୍ତର ଗତ 3 ଦିନ ଧରି ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲା । ଆଜି (ଶୁକ୍ରବାର) ସକାଳୁ ନଦୀର ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେବାରୁ ଆଗକୁ ବନ୍ୟାଜଳ କମିବା ନେଇ ଆଶା ସଂଚାର ହୋଇଛି । ହେଲେ ଅନେକ ସ୍ଥାନରେ ଏବେବି ରାସ୍ତାରେ ପାଣି ଚାଲୁଥିବା ଯୋଗୁଁ ଲୋକେ ଘରୁ ବାହାରି ପାରୁନାହାଁନ୍ତି ।