ଓଡିଶା

odisha

ETV Bharat / state

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଗଡ଼ତରାସ ଗାଁରେ ହାତୀ ଆକ୍ରମଣ । ବୃଦ୍ଧ ଗୁରୁତର ।

By

Published : Aug 22, 2019, 10:11 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଥମୁନି ହାତୀ ଉତ୍ପାତ । ଅନୁଗୋଳ ଜିଲ୍ଲାରେ ପୁଣି ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର । ନିଜ ଚାଷ ଜମିକୁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ବୃଦ୍ଧ ଭୀମସେନ ପ୍ରଧାନ । ଏଭଳି ଅଭାବନୀୟ ଘଟଣା ଘଟିଛି ବନ୍ତଳା ଥାନା ଅନ୍ତର୍ଗତ ଗଡ଼ତରାସ ଗାଁରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଖବର ପାଇଁ ବନ୍ତଳା ବନାଞ୍ଚଳ କର୍ମଚାରୀ ଗାଁରେ ପହଞ୍ଚି ଗୁରୁତର ଭୀମସେନଙ୍କୁ ଅନୁଗୋଳ ଡାକ୍ତରଖାନା ରେ ଭର୍ତ୍ତି କରାଇଛନ୍ତି । ହାତୀ ଆକ୍ରମରେ ତାଙ୍କର ଗୋଟିଏ ଗୋଡ ଭାଙ୍ଗିବା ସହ ଶରୀର ଅଧିକ କ୍ଷତ ହୋଇଥିବା ଜଣାପଡ଼ିଛି । ସେପଟେ ଦିନକୁ ଦିନ ବୃଦ୍ଧି ପାଉଥିବା ଏହି ହାତୀ ଆକ୍ରମଣ ରୋକିବା ପାଇଁ ବନବିଭାଗର ସବୁ ଉଦ୍ୟମ ସତେ ଯେପରି ବିଫଳ ହେବାରେ ଲାଗିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details