ଓଡିଶା

odisha

ETV Bharat / state

ସୁସ୍ଥ ହୋଇ କର୍ମସ୍ଥଳୀକୁ ଫେରିଲେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ଦେଖନ୍ତୁ ସ୍ବତନ୍ତ୍ର ସାକ୍ଷାତକାର...

କିଛିଦିନର ଅସୁସ୍ଥତା ପରେ ସୁସ୍ଥ ହୋଇ ପୁଣି ନିଜ କର୍ମସ୍ଥଳୀକୁ ଫେରିଛନ୍ତି ତୁଳସୀ ମୁଣ୍ଡା । ଏହି ଅବସରରେ ତାଙ୍କୁ ଭେଟିଥିଲା ଇଟିଭି ଭାରତ । ଅଧିକ ପଢ଼ନ୍ତୁ...

ପଦ୍ମଶ୍ରୀ ତୂଳସୀ ମୁଣ୍ଡାଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର, ଦେଖନ୍ତୁ...
ପଦ୍ମଶ୍ରୀ ତୂଳସୀ ମୁଣ୍ଡାଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର, ଦେଖନ୍ତୁ...

By

Published : Mar 30, 2021, 10:39 PM IST

କେନ୍ଦୁଝର: ଗାନ୍ଧୀଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାରେ ଅବିରତ ସେବା ଯୋଗାଇ ଆସିଛନ୍ତି ପଦ୍ମଶ୍ରୀ ତୁଳସୀ ମୁଣ୍ଡା । ବଡ଼ବିଲ ଅଞ୍ଚଳ ବା କେନ୍ଦୁଝରରେ ସେ ତୁଳସୀ ଅପା ଭାବେ ବେଶ ପରିଚିତ। କିଛିଦିନର ଅସୁସ୍ଥତା ପରେ ସୁସ୍ଥ ହୋଇ ପୁଣି ନିଜ କର୍ମସ୍ଥଳୀକୁ ଫେରିଛନ୍ତି ତୁଳସୀ ଅପା। ଏହି ଅବସରରେ ତାଙ୍କୁ ଭେଟିଥିଲା ଇଟିଭି ଭାରତ ଟିମ ।

ପଦ୍ମଶ୍ରୀ ତୂଳସୀ ମୁଣ୍ଡାଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର, ଦେଖନ୍ତୁ...

ଗାନ୍ଧୀଙ୍କ ନୀତି ଆଦର୍ଶ କେବଳ ସରକାରୀ ସ୍ତରରେ ରହିବା ଯଥାର୍ଥ ନୁହେଁ। ପଞ୍ଚସୁତ୍ରୀ ନିୟମକୁ ମାନିଲେ ହିଁ ରାମ ରାଜ୍ୟର ସ୍ଵପ୍ନ ପୂରଣ ହେବ। ଏହାସହ ଜିଲ୍ଲାର ବିକାଶ କରିବାକୁ ହେଲେ ଜିଲ୍ଲାର ପୁରାତନ କୀର୍ତ୍ତିରାଜି, ରାଜପ୍ରାସାଦର ପୁନଃ ନବୀକରଣ ଆବଶ୍ୟକ। ଯାହା ଦ୍ବାରା ନୂତନ ପିଢ଼ି ଏହା ବିଷୟରେ ଜାଣି ପାରିବେ ବୋଲି ପଦ୍ମଶ୍ରୀ ତୁଳସୀ ମୁଣ୍ଡା କହିଛନ୍ତି।

ଖାଲି ସେତିକି ନୁହେଁ, ଜିଲ୍ଲାର ବିକାଶ ପାଇଁ ଖଣିଜ ପାଣ୍ଠିର ସଦୁପଯୋଗ କରିବା ଦିଗରେ ଜିଲ୍ଲା ପ୍ରଶାସନକୁ ସଚେତନ କରାଯାଇଛି। ମେଗା ଇସ୍ପାତ ପ୍ରକଳ୍ପ ହେଲେ ବେକାରୀ ସମସ୍ୟା ଦୂର ହେବ। ଏହାସହ ଗାଁ ଗଣ୍ଡାରେ ଥିବା ଭାଗବତ ଟୁଙ୍ଗୀର ପୁନଃରୁଦ୍ଧାର ସହ ଭାଗବତ ଗୀତାରେ ଥିବା ବାଣୀକୁ କର୍ମରେ ଲଗାଇବାକୁ ଜୋର ଦେଇଛନ୍ତି ତୁଳସୀ ମୁଣ୍ଡା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details